ନୂଆ ବର୍ଷରେ ପିଏମ୍ ମୋଦୀ ଦେବେ ବଡ଼ ଭେଟି, ଦିଲ୍ଲୀରେ ୧୬୪୫ ହିତାଧିକାରୀଙ୍କୁ ବାଣ୍ଟିବେ ଫ୍ଲାଟ୍ ଚାବି

Published By : Prameya-News7 Bureau | December 31, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ବର୍ଷରେ ୧୫୦୦ରୁ ଅଧିକ ପରିବାରକୁ ବଡ଼ ଉପହାର ଦେବେ । ଜାନୁଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସ୍ତି ବାସିନ୍ଦାଙ୍କୁ ନୂଆ ଘର ଭେଟି ଦେବେ । ଦିଲ୍ଲୀର ଅଶୋକ ବିହାରରେ ସ୍ୱାଭିମାନ ଫ୍ଲାଟ୍ ଯୋଜନା ଅଧିନରେ ୧୬୪୫ ହିତାଧିକାରୀଙ୍କୁ ନୂଆ ଘରର ଚାବି ପ୍ରଦାନ କରିବେ । ଏହି ଫ୍ଲାଟଗୁଡ଼ିକୁ ଡିଡିଏ ଦ୍ୱାରା ନିର୍ମାଣ କରାଯାଇଛି । 

ଏହା ପୂର୍ବରୁ ୨୦୨୨ରେ ପିଏମ୍ ମୋଦୀ ଦିଲ୍ଲୀର ୫୭୫ ଲୋକଙ୍କୁ ଫ୍ଲାଟ୍ ଚାବି ହସ୍ତାନ୍ତର କରିସାରିଛନ୍ତି । ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସେମାନେଙ୍କ ସ୍ୱପ୍ନର ଘର ଦେଇଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ବିକାଶ ପ୍ରାଧିକରଣ ଅର୍ଥାତ୍ ଡିଡିଏ ଦକ୍ଷିଣ ଦିଲ୍ଲୀର କାଲକାଜି ଅଞ୍ଚଳରେ ଏହି ପୁନର୍ବାସ ଯୋଜନାରେ ମୋଟ ୩୦୭୪ ଫ୍ଲାଟ୍ ନିର୍ମାଣ କରିଥିଲା । ଏଥିରୁ ୫୭୫ ଫ୍ଲାଟ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବା ପରେ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । 

ଉଲ୍ଲେଖଯୋଗ୍ୟ ଯେ ଆଗାମୀ ଜାନୁଆରୀ-ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇପାରେ । ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା ଘୋଷଣା କରାଯାଉଛି । ଗୋଟିଏ ପଟେ ଶାସକ ଆମ୍ ଆଦାମୀ ପାର୍ଟି ଥିବା ବେଳେ ଅନ୍ୟପଟେ ବିରୋଧୀ ବିଜେପି ଏବଂ କଂଗ୍ରେସ ଅଛନ୍ତି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଫ୍ଲାଟ୍ ବଣ୍ଟନକୁ ରାଜନୈତିକ ଦୃଷ୍ଟି କୋଣରୁ ବି ଦେଖାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.