୧୦ ଲକ୍ଷ ଟଙ୍କାର ଶୁଟ ପିନ୍ଧୁଥିବା, ବିଳାସମୟ ଘର ଗଢ଼ିଥିବା ଲୋକ କାଚପ୍ରାସାଦ କଥା କହୁଛନ୍ତି: ମୋଦୀଙ୍କୁ କେଜରିୱାଲ୍‌ଙ୍କ ଆଟାକ୍

Published By : Prameya-News7 Bureau | January 03, 2025 IST

indiatoday

ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ଆଦ୍‌ମୀ ପାର୍ଟି ଓ ଦଳର ମୁଖ୍ୟ କେଜରିୱାଲ୍‌ଙ୍କୁ ଜୋରଦାର ସମାଲୋଚନା କରିଥିଲେ। ଆପ୍‌କୁ ଦୁର୍ନୀତିଗ୍ରସ୍ତ ଓ ବିପର୍ଯ୍ୟୟର(ଆପଦା ପାର୍ଟି) ଦଳ କହି ମୁଖ୍ୟମନ୍ତ୍ରୀ ବାସଭବନ ନିର୍ମାଣକୁ ନେଇ ମଧ୍ୟ ଟାର୍ଗେଟ୍ କରିଥିଲେ। ଏବେ କେଜରିୱାଲ୍ ମଧ୍ୟ ମୋଦୀଙ୍କୁ ପାଲଟା ଜବାବ ଦେଇଛନ୍ତି। ପ୍ରକୃତରେ ବିପର୍ଯ୍ୟୟ ଆପ ନୁହେଁ ବିଜେପି ମଧ୍ୟରେ ରହିଛି ବୋଲି କେଜରିୱାଲ୍ କହିଛନ୍ତି।

କେଜରିୱାଲ୍ କହିଛନ୍ତି “ବିଜେପିର ପ୍ରଥମ ବିପର୍ଯ୍ୟୟ ହେଲା ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହିଁ। ଦ୍ୱିତୀୟ ହେଲା ବିଜେପିର କୌଣସି ରୂପ ରେଖ ନାହିଁ। ତୃତୀୟ ହେଲା ବିଜେପିର ପାଖରେ ଦିଲ୍ଲୀ ନିର୍ବାଚନ ପାଇଁ କୌଣସି ଏଜେଣ୍ଡା ନାହିଁ।”

ଦିଲ୍ଲୀର ବସ୍ତି ବାସିନ୍ଦାଙ୍କ ପାଇଁ ଏକ ଗୃହ ପ୍ରକଳ୍ପର ଉଦଘାଟନ କରିବା ପରେ ପିଏମ୍ ମୋଦୀ ଆପ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଆପ ବିରୋଧରେ ଏକାଧିକ ଦୁର୍ନୀତି ଆସିଛି ବୋଲି ମୋଦୀ କହିଥିଲେ “ସେମାନେ ମଦ ସ୍କାମ, ସ୍କୁଲ ସ୍କାମ ଏବଂ ପ୍ରଦୂଷଣ ସ୍କାମ କରିଛନ୍ତି। ସେମାନେ ଖୋଲାଖୋଲି ଭାବେ ଦୁର୍ନୀତି ସହ ଜଡିତ ଅଛନ୍ତି ଏବଂ ଏହାକୁ ପ୍ରଚାର କରୁଛନ୍ତି। ଏହା ଦିଲ୍ଲୀ ପାଇଁ ଏକ ବିପର୍ଯ୍ୟୟ (AAPda)। ଦିଲ୍ଲୀବାସୀମାନେ ଏଥର ଏହି ବିପର୍ଯ୍ୟୟ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି।” 

ପ୍ରଧାନମନ୍ତ୍ରୀ ମଧ୍ୟ ଦିଲ୍ଲୀର ବଞ୍ଚିତ ଲୋକଙ୍କ କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସୂଚାଇ ଦେବାକୁ ଯାଇ କହିଛନ୍ତି ଯେ ମୁଁ ଚାହିଁଥିଲେ ଏକ କାଚ ପ୍ରାସାଦ ନିର୍ମାଣ କରିପାରିଥାନ୍ତି, କିନ୍ତୁ ମୋର ସ୍ୱପ୍ନ ହେଉଛି ମୋର ଦେଶବାସୀ ସ୍ଥାୟୀ ଘର ପାଇବା ଉଚିତ୍।

ଏହାର ଦୃଢ଼ ଜବାବ ଦେଇଛନ୍ତି କେଜରିୱାଲ୍। ମୋଦୀଙ୍କ କାଚ ପ୍ରାସାଦ ବକ୍ତବ୍ୟକୁ ଉଦାହରଣ ନେଇ କେଜରିୱାଲ୍ କହିଛନ୍ତି “ନିଜ ପାଇଁ ୨୭୦୦ କୋଟି ଟଙ୍କା ମୂଲ୍ୟର ଘର ନିର୍ମାଣ କରିଥିବା, ୮,୪୦୦ କୋଟି ଟଙ୍କାର ବିମାନରେ ଉଡ଼ୁଥିବା ଏବଂ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁଟ୍ ପିନ୍ଧିଥିବା ବ୍ୟକ୍ତିଙ୍କଠାରୁ ଏକ କାଚ ପ୍ରାସାଦ ବିଷୟରେ ଉଲ୍ଲେଖ କରିବା ଉଚିତ୍ ନୁହେଁ।”

ସେହିପରି ବିଜେପି ପ୍ରତିଶ୍ରୁତି ଦେଇ ପାଳନ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି କେଜରିୱାଲ୍ କହିଛନ୍ତି ଯେ ବିଜେପିର ୨୦୨୦ ନିର୍ବାଚନ ଇସ୍ତାହରେ ବିଜେପି କହିଥିଲା ୨୦୨୨ ସୁଦ୍ଧା ଦିଲ୍ଲୀର ସମସ୍ତଙ୍କ ପାଇଁ ପକ୍କା ଘର ଦିଆଯିବ। ହେଲେ ଆଜି ୨୦୨୫ ମସିହାରେ ସେ ୧୭୦୦ ଘରର ଚାବି ହସ୍ତାନ୍ତର କରିଛନ୍ତି। ଏବଂ ଏହା ପୂର୍ବରୁ ଏହା ପୂର୍ବରୁ କାଲକାଜୀରେ ୩ ହଜାର ଘର ଦେଇଥିଲେ। ପାଞ୍ଚ ବର୍ଷ ମଧ୍ୟରେ ମାତ୍ର ୪,୭୦୦ ଘର ଦିଆଯାଛି। ବୋଲି କେଜରିୱାଲ୍ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.