ସଂସଦରେ ମୋଦି-ରାହୁଲଙ୍କ ଭିନ୍ନ ଅନ୍ଦାଜ, ହ୍ୟାଣ୍ଡସେକ କରି ସୃଷ୍ଟି କଲେ ନୂଆ ଅଧ୍ୟାୟ

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬/୬: ଅଷ୍ଟାଦଶ ଲୋକସଭାର ନବନିର୍ବାଚିତ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ସ୍ବାଗତ ସମୟରେ ବିରଳ ଦୃଶ୍ୟ ସାମ୍ନାକୁ ଆସିଛି । ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହ୍ୟାଣ୍ଡ ସେକ୍‌ କରିଥିବା ଦେଖିବାକୁ ମିଳିଛି । ଶାସକ ଓ ବିରୋଧୀ ଦଳର ୨ ନେତାଙ୍କ ମଧ୍ୟରେ ଏପରି ବନ୍ଧୁତ୍ବପୂର୍ଣ୍ଣ ଭାବ ବିନିମୟ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ୩ଥରର ବିଜେପି ସାଂସଦ ଓମ୍‌ ବିର୍ଲା ଆଜି ଲୋକସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଭଏସ ଭୋଟ୍‌ ମାଧ୍ୟମରେ ସେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ.ସୁରେଶଙ୍କୁ ହରାଇ ଦ୍ବିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହୋଇଛନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.