ପ୍ରତିଶ୍ରୁତି ପୂରଣ କଲେ ପ୍ରଧାନମନ୍ତ୍ରୀ: ଫଟୋ ଆଙ୍କିଥିବା ଝିଅକୁ ଲେଖିଲେ ଚିଠି, ନିର୍ବାଚନୀ ରାଲିରେ କରିଥିଲେ ପ୍ରଶଂସା

Published By : Prameya-News7 Bureau | November 04, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି । ନିର୍ବାଚନୀ ରାଲିକୁ ଆସିଥିବା କୁନି ଝିଅକୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ହାତରେ ଫଟୋ ଚିତ୍ର ଧରି ଦୀର୍ଘ ସମୟ ଯାଏ ଛିଡା ହୋଇଥିବା ଝିଅ ଉପରେ ପ୍ରଧାନମନ୍ତ୍ରୀଙ୍କ ନଜର ପଡ଼ିବା ପରେ ସେ ତାକୁ ପ୍ରଶଂସା କରିଥିଲେ । ଏହାସହ ଚିଠି ଲେଖିବେ ବୋଲି କହିଥିଲେ ।

{"id":865897,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀ ଚିଠିରେ କହିଛନ୍ତି, 'କାଙ୍କେରର କାର୍ଯ୍ୟକ୍ରମକୁ ଆପଣ ଯେଉଁ ସ୍କେଚ୍ ଧରି ଆସିଥିଲେ ତାହା ମୋ ପାଖରେ ପହଞ୍ଚିଛି । ଏହି ସ୍ନେହପୂର୍ଣ୍ଣ ଅଭିବ୍ୟକ୍ତି ପାଇଁ ଅନେକ-ଅନେକ ଧନ୍ୟବାଦ'। ପିଏମ୍ ଲେଖିଛନ୍ତି, 'ଭାରତର ଝିଅ ହିଁ ଦେଶର ଉଜ୍ଜଳ ଭବିଷ୍ୟତ । ଆପଣ ସମସ୍ତଙ୍କଠାରୁ ମିଳୁଥିବା ସ୍ନେହ ଓ ଆପଣାପଣ ରାଷ୍ଟ୍ରର ସେବା ପାଇଁ ମୋର ଶକ୍ତି ଅଟେ । ଆମ ଝିଅଙ୍କ ପାଇଁ ଏକ ସ୍ୱସ୍ଥ, ସୁରକ୍ଷିତ ଓ ସମସ୍ତ ସୁବିଧାଯୁକ୍ତ ରାଷ୍ଟ୍ର ନିର୍ମାଣ ହିଁ ଆମ ଲକ୍ଷ୍ୟ'। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଛତିଶଗଡ ଲୋକଙ୍କଠାରୁ ମୋତେ ସବୁବେଳେ ଅଧିକ ଭଲ ପାଇବା ମିଳିଛି । ଦେଶର ବିକାଶରେ ମଧ୍ୟ ରାଜ୍ୟବାସୀ ବଡ଼ ଯୋଗଦାନ ଦେଉଛନ୍ତି । ଆସନ୍ତା ୨୫ ବର୍ଷ ଆପଣଙ୍କ ପରି ଯୁବ ସାଥୀ ଓ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

{"id":865898,"sizeSlug":"large","linkDestination":"none"}

ପ୍ରଧାନମନ୍ତ୍ରୀ ନିଜ ଚିଠିରେ ଲେଖିଛନ୍ତି, 'ଏହି ବର୍ଷଗୁଡିକରେ ଆମ ଯୁବ ପିଢି ବିଶେଷ ରୂପେ ଆପଣଙ୍କ ପରି ଝିଅ, ନିଜ ସ୍ୱପ୍ନ ପୂରଣ କରି ଦେଶର ଭବିଷ୍ୟତକୁ ନୂଆ ନୂଆ ମାର୍ଗ ପ୍ରଦାନ କରିବେ । ତୁମେ ଖୁବ ପଢ଼, ଆଗକୁ ବଢ଼, ନିଜ ସଫଳତାରେ ପରିବାର, ସମାଜ ଓ ଦେଶାର ନାଁ ଉଜ୍ଜଳ କର । ତୁମ ଉଜ୍ଜଳ ଭବିଷ୍ୟତ କାମନା ସହ'।

Also Read: ହାତରେ ଫଟୋ ଧରି ଛିଡ଼ା ହୋଇଥିଲା ଝିଅ, ସଭାମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଜିତିଲା ସଭିଙ୍କ ହୃଦୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.