ନାଁ ନଥିଲା ବୋଲି ଫଳକ ଭାଙ୍ଗିଥିଲେ, ସମିତି ସଭ୍ୟଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | March 24, 2025 IST

ଭଦ୍ରକ ଶୁଭ ଭିତ୍ତିପ୍ରସ୍ତର ଫଳକରେ ନଥିଲା ସରପଞ୍ଚ ଓ ସମିତି ସଭ୍ୟଙ୍କ ନାଁ । ରାଗରେ ଫଳକ ଭାଙ୍ଗି ଦେଇଥିଲେ । ଫଳକ ଭାଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମିତି ସଭ୍ୟଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । 

ସୂଚନାଯୋଗ୍ୟ ଯେ, ଭଦ୍ରକ ବ୍ଲକ ଅଧିନ ଅଣ୍ଢେଇପଲ୍ଲୀ ପଞ୍ଚାୟତର ମିନତୀ ଦେବୀ ଉଚ୍ଚ ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଥିଲା । କିନ୍ତୁ ଏହି ଫଳକରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ନଥିଲା । ଏହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ପରେ ଗ୍ରାମବାସୀ, ସରପଞ୍ଚ, ସମିତି ସଭ୍ୟ ସେଠାକୁ ଯାଇ ହୋହାଲ୍ଲା କରିବା ସହ ଫଳକକୁ ଭାଙ୍ଗିଥିଲେ । 

ତେବେ ଏହି ଘଟଣା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ସମିତି ସଭ୍ୟଙ୍କ ସହ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

You Can Read:

ନବ ଦାସ ହତ୍ୟା ମାମଲାରେ ବହୁ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି, ପ୍ରକୃତ ତଦନ୍ତ ହେଲେ କଟିବ ମୁଣ୍ଡ ; ପୂର୍ବ ତଦନ୍ତ ପ୍ରକ୍ରିୟାକୁ କାଠଗଡ଼ାକୁ ଟାଣିଲେ ଜୟନାରାୟଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.