ବେଦ କୁମାରୀଙ୍କ ବଡ଼ ଆଶା: ଲକ୍ଷ୍ୟ ପୂରଣ ପାଇଁ ସାଜିଲେ ବସ୍‌ ଡ୍ରାଇଭର, ସ୍ୱାମୀ କଣ୍ଡକ୍ଟର

Published By : Prameya-News7 Bureau | November 07, 2023 IST

ଲକ୍ଷ୍ନୌ: ଜଣେ ମହିଳା ସାଜିଲେ ବସ୍‌ ଡ୍ରାଇଭର। ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ କଣ ରହିଛି। ଯେଉଁ ମହିଳା ଜଣକ ବସ୍‌ ଡ୍ରାଇଭିଂ କରୁଛନ୍ତି, ସେହି ବସ୍‌ରେ କଣ୍ଟକ୍ଟର ଅଛନ୍ତି ତାଙ୍କ ସ୍ୱାମୀ। ମହିଳାଙ୍କ ଦୁଇଟି ସନ୍ତାନ ଅଛନ୍ତି। ସେ ପୋଲିସ୍‌ରେ ଚାକିରି କରିବା ପାଇଁ ପ୍ରବେଶିକା ପରୀକ୍ଷା ଦେବେ। ପରିବାର ଚଳାଇବା ଓ ସ୍ୱାମୀ ସାଥ୍‌ ଦେବାକୁ ଯାଇ ଏପରି କାର୍ଯ୍ୟ କରିଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦେଶ୍ୱରର ବେଦ କୁମାରୀ।

ବେଦ କୁମାରୀ ସଂସ୍କୃତରେ ସ୍ନାତକୋତ୍ତର କରିଛନ୍ତି। ଏବେ ଦିଲ୍ଲୀ ପୋଲିସ୍‌ରେ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି। ଉତ୍ତର ପ୍ରଦେଶର ରାସ୍ତାରେ ସେ ବସ୍‌ ଚଳାଉଥିବାର ଦେଖିବାକୁ ମିଳିଛି। ସେ ପୋଲିସ୍‌ ବିଭାଗରେ ଡ୍ରାଇଭର୍‌ ପଦବୀ ପାଇଁ ଆବେଦନ କରିଛନ୍ତି। ୨୦୨୧ରେ ଉତ୍ତରପ୍ରଦେଶ ରାଜ୍ୟ ସଡ଼କ ପରିବହନ ସଂସ୍ଥାର ସ୍କିଲ୍‌ ଡେଭଲପମେଣ୍ଟ ମିଶନ୍‌ ଅଧିନରେ ଥିବା ମଡେଲ ଡ୍ରାଇଭିଂ ତାଲିମ୍‌ ଓ ଗବେଷଣା ପ୍ରତିଷ୍ଠାନରୁ ସେ ଶିଖିଥିଲେ।

wp:html /wp:html

୧୦ ମାସର ତାଲିମ୍‌ ପରେ କୁମାରୀ ଏବେ କୌଶମ୍ବୀ-ଗାଜିଆବାଦ ରୁଟରେ ପ୍ରଥମ ମହିଳା ଯିଏ ବସ୍‌ ପରି ଭାରୀଯାନ ଚଳାଉଛନ୍ତି। ତେବେ ଏହି ରୁଟ୍‌ରେ  ଯାଉଥିବା ସେହି ବସ୍‌ର କଣ୍ଟକ୍ଟର ଅଛନ୍ତି ତାଙ୍କ ସ୍ୱାମୀ ମୁକେଶ ପ୍ରଜାପତି।  ତେବେ ମହିଳା ଜଣକ ଏପରି କାର୍ଯ୍ୟ ସାଧାରଣରେ ସମସ୍ତେ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.