ଭଦ୍ରକରେ ବଡ଼ ଧରଣର ଚଢ଼ାଉ, ଅନେକ ଦେହଜୀବୀଙ୍କ ସହ ଗ୍ରାହକ ଓ ମାଲିକ ଗିରଫ

Published By : Prameya-News7 Bureau | February 22, 2025 IST

ଭଦ୍ରକ: ସହରର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ପରେ ଭଦ୍ରକ ପୋଲିସ ଶନିବାର ବଡ଼ ଧରଣର ଚଢ଼ାଉ କରିଛି। ସହରର ବିଭିନ୍ନ ହୋଟେଲ ସହ ଅନ୍ୟାନ୍ୟ ସ୍ଥାନରୁ ଅନେକ ଦେହଜୀବୀଙ୍କ ସହ ଗ୍ରାହକ ଓ ମାଲିକଙ୍କୁ ଧରିଛି ପୋଲିସ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମାନେ କେବଳ ହୋଟେଲେରେ ଏହି କାର୍ଯ୍ୟରେ ଲିପ୍ତ ନଥିଲେ, ବରଂ ଅନେକ ସ୍ଥାନରେ ପାଇଖାନା ଘରକୁ ମଧ୍ୟ ଏଭଳି କାମ ପାଇଁ ବ୍ୟବହାର କରୁଥିଲେ। 

ତେବେ ଅଭିଯୋଗ ଅନୁସାରେ ଶନିବାର ଭଦ୍ରକ ସିଟି ଡିଏସପି ସମ୍ବିତ ମାଝୀଙ୍କ ନେତୃତ୍ଵରେ ଗୋଟିଏ ଟିମ୍‌ ରେଡ୍‌ କରିଥିଲା। ଶନିବାର ସନ୍ଧ୍ୟାରୁ ଜାରି ରହିଥିବା ଏହି ରେଡ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଦେହଜୀବୀ ୨ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ଆଗକୁ ଆହୁରି ଅନେକ ଗିରଫ ହେବାନେଇ ପୋଲିସ ସୂଚନା ଦେଇଛି ।


ସୂଚନା ଅନୁଯାୟୀ, ଭଦ୍ରକ ବାଇପାସରେ ଥିବା ଏକ ହୋଟଲ, ଚରମ୍ପା ନିକଟରେ ଏକ ଟେଲରିଂ ସେଣ୍ଟରର ଗୋଟିଏ ପାଇଖାନାରୁ ଜଣେ ଦେହଜୀବୀ ସହ ଜଣେ ଯୁବକ, ଆଉ ଏକ ହୋଟେଲରୁ ଜଣେ ଦେହଜୀବୀଙ୍କୁ ଗିରଫ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.