ଅଭିନବ ଉପାୟରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ାପ୍ରେମୀ, ହେଲମେଟ୍‌ରେ ଚିତ୍ର ଆଙ୍କି କହିଲେ ‘ବେଷ୍ଟ୍‌ ଅଫ୍‌ ଲକ୍‌’

Published By : Prameya-News7 Bureau | February 22, 2025 IST

କଟକ: ହେଲମେଟରେ ରହିଛି ଚାମ୍ପିଅନ୍ସ ଟ୍ରଫି ସାଙ୍ଗକୁ ରୋହିତ୍, ବିରାଟ, ହାର୍ଦ୍ଦିକଙ୍କ ଚିତ୍ର। ଖାଲି ଚିତ୍ର ତ’ ନୁହେଁ ‘ବେଷ୍ଟ ଅଫ୍‌ ଲକ୍‌’ ବି ଲେଖାହୋଇଛି। ରବିବାର ଚାମ୍ପିଅନ୍ସ ଟ୍ରଫିରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଥିବାବେଳେ, ଏଭଳି ଢଙ୍ଗରେ ଚିତ୍ର ଆଙ୍କି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି  କଟକର ଜଣେ କ୍ରୀଡ଼ାପ୍ରେମୀ।

ଏହି କ୍ରୀଡ଼ାପ୍ରେମୀ ହେଉଛନ୍ତି କଟକର ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ। ମନୋଜ ଭଙ୍ଗା ହେଲମେଟରେ ଚିତ୍ର ଆଙ୍କି ଟିମ୍ ଇଣ୍ଡିଆକୁ ଦେଇଛନ୍ତି ଶୁଭେଚ୍ଛାର ବାର୍ତ୍ତା। ଏହି ହେଲମେଟର ଉପର ଭାଗରେ ରହିଛି ଅବିକଳ ଚାମ୍ପିଅନ୍ସ ଟ୍ରଫି । ଆଉ ଏହି ଟ୍ରଫି ମଝିରେ ଅଛନ୍ତି ବିରାଟ କୋହଲି ଏବଂ ତାଙ୍କ ଡ଼ାହାଣ ପାର୍ଶ୍ଵରେ ଅଛନ୍ତି ଅଧିନାୟକ ରୋହିତ ହିଟ୍ ମ୍ୟାନ ଶର୍ମା। ସେହିଭଳି ବାମ ପାର୍ଶ୍ଵରେ ରହିଛନ୍ତି ହାର୍ଡ ହିଟ୍ ହାର୍ଦ୍ଦିକ ପାଣ୍ଡ୍ୟା । 

ପୂର୍ବରୁ ମଧ୍ୟ ମନୋଜ ଗତ ଟି-୨୦ ବିଶ୍ଵ କପ୍ ସମୟରେ ଏକ ପ୍ଲାଷ୍ଟିକ ବଲରେ ଅଧିନାୟକ ରୋହିତ ଶର୍ମା ଓ ବୁମରାଙ୍କ ଚିତ୍ର ଆଙ୍କି ବେଶ୍ ଚର୍ଚ୍ଚାରେ ଥିଲେ। ଆଇସକ୍ରିମ କାଠି ହେଉ ବା ଭଙ୍ଗା ଚଷମା, ଫୋପାଡ଼ି ଦେଉଥିବା ଅଦରକାରୀ ଜିନିଷକୁ ମନୋଜ, ନିଜ ଚିତ୍ରକଳା ମାଧ୍ୟମରେ ଠିକ୍ ଭାବରେ ବ୍ୟବହାର କରିପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.