ମାଲକାନଗିରି ୧୧।୧୨: ଛତିଶଗଡ଼ରେ ଏବେ ରକ୍ତମୁଖା ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ପୁଣି ଜଣଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ ।
ସୂଚନାଯୋଗ୍ୟ ଯେ, ସୋମନପାଲ୍ଲି ଗାଁର କୁଡିଆମ ମାଡୋ ନାମକ ଜଣେ ଯୁବକଙ୍କୁ ମଙ୍ଗଳବାର ଘରୁ ଅପହରଣ କରି ନେଇଥିଲେ ନକ୍ସଲପନ୍ଥୀ । ବୁଧବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଇନଫର୍ମର ସନ୍ଦେହରେ ନେସନାଲ ପାର୍କ ଏରିଆ କମିଟିର ନକ୍ସଲ ମାନେ ଏହି ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଓ ନକ୍ସଲ ପୋଷ୍ଟର ଜବତ କରିଛି । ବିଜାପୁର ଜିଲ୍ଲା ଫରସେଗଡ ଥାନା ଅଞ୍ଚଳରେ ଘଟଣା ଘଟିଥିବା ଜଣାପଡିଛି ।
ଗତ ସପ୍ତାହକ ମଧ୍ୟରେ ଛତିଶଗଡରେ ନକ୍ସଲ ମାନେ ୫ ଜଣଙ୍କୁ ହତ୍ୟା କରିଛନ୍ତି । ଯାହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
You Can Read:
ବିଦ୍ୟୁତ ଦର ଯୋଗୁଁ ବନ୍ଦ ହୋଇନଥିଲା ଶୀତଳଭଣ୍ଡାର, ସଂସ୍ଥା ଏହାକୁ ବନ୍ଧକ ରଖିବାରୁ ବନ୍ଦ ରହିଲା