ମୁମ୍ବାଇ ୧୦।୦୬ : ଦୀର୍ଘ ଦିନ ପରେ ରାହାଣେ ଟେଷ୍ଟ ଟିମ୍କୁ କମ୍ବ୍ୟାକ୍ କରିଛନ୍ତି । ବିଶ୍ୱ ଚମ୍ପିଆନ୍ସିପ୍ ଫାଇନାଲ ମ୍ୟାଚ୍ରେ ଭାରତ ପାଇଁ ସାଜିଥିଲେ ସଙ୍କଟମୋଚକ। ରାହାଣେଙ୍କ ଅର୍ଦ୍ଧଶତକୀୟ ପାରି ବଳରେ ହିଁ ଭାରତ ଫଲୋଅନ୍ ଏଡାଇବାର ସକ୍ଷମ ହୋଇଛି । ଆଉ ଏବେ ରାହାଣେଙ୍କୁ ପ୍ରଶଂସା ପୋତି ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ର ସବୁଠାରୁ ସଫଳତମ ଅଧିନାୟକ ।
wp:html/wp:htmlStepping up with the #WTC23 mace on the line 👊
— ICC (@ICC) June 10, 2023
The significance of Ajinkya Rahane's performance at The Oval was not lost on Ricky Ponting 👇https://t.co/HNhP9kvxZ6
ଆଇସିସିକୁ ଦେଇଥିବା ଏକ ସାକ୍ଷାତକାରରେ ରିକି ପଣ୍ଟିଂ କହିଛନ୍ତି ଯେ, ରାହାଣେ ଜଣେ ଭଲ ମଣିଷ । ତାଙ୍କ ଭଳି ଜଣେ ଶୃଙ୍ଖଳିତ ଖେଳାଳି ମୁଁ ଦେଖିନାହିଁ । ସର୍ବଦା ସେ ଟ୍ରେନିଂକୁ ଗୁରୁତ୍ୱ ଦେଇଥାନ୍ତି । ମର୍ଡନ ଗେମ୍ରେ ସେ ଜଣେ ଚମତ୍କାର ଖେଳାଳି । ଆଇପିଏଲ୍ରେ ଚମତ୍କାର ଫର୍ମ ବଦଳରେ ସେ ଟେଷ୍ଟ ଟିମ୍କୁ ଫେରିପାରିଛନ୍ତି । ଟେଷ୍ଟ ଟିମ୍ରେ ତାଙ୍କୁ ଦେଖି ମୁଁ ବେଶ୍ ଖୁସି ଅନୁଭବ କରୁଛି ।
{"id":801110,"sizeSlug":"full","linkDestination":"none"}ସେହିପରି ସେ ଭାରତୀୟ କ୍ରିକେଟ୍ ଟିମ୍କୁ ନେଇ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ଟିମ୍ର ଚୟନକର୍ତ୍ତା ହେବା ସବୁଠାରୁ କାଠିକର ପାଠ । ଦେଶରେ ଏତେ ପରିମାଣର ଯୁବ ପ୍ରତିଭା ଖେଳାଳି ଅଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୫ ଖେଳାଳି ବାଛିବା , ବହୁତ ଚ୍ୟାଲେଞ୍ଜିଂ କାମ ।
{"id":801111,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ମୁକାବିଲାରେ ଭାରତର ଅଜିଙ୍କ୍ୟ ରାହାଣେ ୮୯ ରନ୍ ଇନିଂସ ଖେଳି ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଏହି ଇନିଂସ ବଳରେ ସେ ଟେଷ୍ଟ କ୍ରିକେଟ୍ରେ ୫୦୦୦ ରନ୍ ପୂରଣ କରିଥିଲେ । ଭାରତର ୧୩ତମ ବ୍ୟାଟର ଭାବେ ରାହାଣେ ଏହି ସଫଳତା ଅର୍ଜନ କରିଛନ୍ତି । ୧୮ମାସ ପରେ ରାହାଣେ ଟେଷ୍ଟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୮୩ତମ ଟେଷ୍ଟ ଖେଳି ସେ ୨୬ତମ ଅର୍ଦ୍ଧଶତକ ଅର୍ଜନ କରିବା ସହ ଏହି ବିରଳ ସଫଳତା ଅର୍ଜନ କରିଛନ୍ତି ।
You Can Read :
wp:embed {"url":"https://www.prameyanews7.com/indian-cricket-team-player-shubman-gill-proposal-ind-vs-aus-wtc/","type":"wp-embed","providerNameSlug":"prameya-news-7"} /wp:embed