ଭୁବନେଶ୍ବର ୮।୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ ଦିନ ବୁଲିବେ ପ୍ରବାସୀ ଭାରତୀୟ । ୮, ୯ ଓ ୧୦ ତାରିଖରେ ପ୍ରବାସୀ ଭାରତୀୟ ବୁଲିବା ପାଇଁ ଟୁରିଜିମ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରବାସୀ ମାନେ ପୂର୍ବାହ୍ନରେ ପ୍ରାଣୀ ଉଦ୍ୟାନ ମଧ୍ୟରେ ବୁଲିବେ । ଭିତରକୁ ପ୍ରବେଶ ପାଇଁ ସ୍ବତନ୍ତ୍ର ପ୍ରବେଶ ଦ୍ଵାର ରହିଛି । ଜୀବଜନ୍ତୁ ମାନଙ୍କୁ ଦେଖିବା ପାଇଁ ଏକ ନିର୍ଦ୍ଧିଷ୍ଟ ରୁଟ୍ କରାଯାଇଛି । ବୁଲିବା ପାଇଁ ବ୍ୟାଟେରୀ ଗାଡ଼ି, ଶୌଚାଳୟ, ପିଇବା ପାଣି, ବୁଲାଇବା ପାଇଁ ଗାଇଡ଼ଙ୍କ ସମେତ ସୁରକ୍ଷା ପାଇଁ ୧୨ଜଣ ପୋଲିସ ରହିବେ । ସୋଭନିୟର୍ସରେ ଓଡ଼ିଶାର ସାମଗ୍ରୀ କିଣିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରବାସୀ ଭାରତୀୟଙ୍କ ପାଇଁ ଟୁରିଜିମ୍ ତରଫରୁ ଏକ ହେଲ୍ପ ଡ଼େସ୍କ କରାଯାଇଛି । ଯେଉଁଥିରେ ଜଣେ ଓଏସ୍ ଅଫିସର, ୪ ଜଣ ଆଇଆଇଟିଏମ୍ର ମେମ୍ବର ଓ ନନ୍ଦନକାନନ ପକ୍ଷରୁ ପର୍ଯ୍ୟଟକ ଏସିଏଫ ମନସ୍ମିତା ମହାରଣା ରହିଛନ୍ତି ।
You Can Read:
ଠକିଦେଲା ଉଦ୍ୟାନ ବିଭାଗ ! ପ୍ରତିବାଦରେ ଧାରଣା ଦେଲେ ଥାଇଲାଣ୍ଡ ବେରି ଚାଷୀ