କୁନି ବୟସରେ ବୀଚକ୍ଷଣ ବୁଦ୍ଧି, ସ୍କୁଲ ନଯାଇ ବି ଦେଉଛନ୍ତି ସବୁ ପ୍ରଶ୍ନର ଉତ୍ତର

Published By : Prameya-News7 Bureau | January 09, 2025 IST

ରାଉରକେଲା: ଚଟାପଟ୍ ଉତ୍ତର ଦେଉଛି ଏହି କୁନି ଝିଅଟି... କୋଉଠି ଅଟକିବାର ନାହିଁ କି ଝୁଣ୍ଟିବାର ନାହିଁ... ଯାହା ପଚାରିଲେ ଦେଉଛି ଠକ୍ ଠାକ୍ ଉତ୍ତର... ଭାରତର କୋଉ ରାଜ୍ୟର ରାଜଧାନୀ ନାଁ ହେଉ କି’ କୌଣସି ଦେଶର... ସବୁର ଉତ୍ତର ଦେବାର ଖୁବ୍ ମାହିର... ଯାହା ବଡ଼ମାନଙ୍କୁ ବି ବେଶ୍ ଆଚମ୍ବିତ କରିଦେଉଛି... ଯିଏ ଶୁଣୁଛି ସିଏ କହୁଛି ବାଃ... କି ପ୍ରଖର ଧୀ ଶକ୍ତି...

ଏ ହେଉଛନ୍ତି ସ୍ନେହା ସିଂ... ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ଅମର୍ଦାରେ... ରହୁଛନ୍ତି ରାଉରକେଲା ସେକ୍ଟର- ୧୩ ବି/୫୩ କ୍ବାର୍ଟରରେ... ବୟସ ମାତ୍ର ଦୁଇ ବର୍ଷ ଚାରିମାସ... ହେଲେ ଏ ବୟସରେ ତାଙ୍କର ପ୍ରଖର ବୁଦ୍ଧିକୁ ଚାରିଆଡ଼େ ପ୍ରଂଶସା। ସ୍ନେହା ଦେଶର ୨୮ ରାଜ୍ୟ ଏବଂ ଏହାର ରାଜଧାନୀର ନାଁ କହିଦେଉଛନ୍ତି ।

ଖାଲି ସେତିକି ନୁହେଁ କହୁଛନ୍ତି ଭାରତର ପ୍ରଥମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଜାତିର ପିତାଙ୍କ ନାଁ । ତା ସହ ୧୯୧ ଦେଶର ନାଁ ସେଗୁଡିକର ରାଜଧାନୀ, ଅନେକ ଦେଶର ଜାତୀୟ ପଶୁ, ଜାତୀୟ ପକ୍ଷୀ ଜାଣିଛନ୍ତି ସେ । ସ୍ନେହା ବି କହିଦେଉଛନ୍ତି , କିଏ କ’ଣ ଉଦ୍ଭାବନ କରିଛନ୍ତି ? ଇଂରାଜୀ ପୋଏମ ଏମିତିକି କାଳିଜାଈ କବିତା ମଧ୍ୟ ଅର୍ନଗଳ ଗାଇଦିଅନ୍ତି ସେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସ୍ନେହା ସ୍ମୁଲ ଯାଇନାହାଁନ୍ତି । ହେଲେବି  ଜ୍ଞାନ ଖୁବ୍ ପ୍ରଖର। 


ଯଦିବା ସ୍ନେହାର ଉଚ୍ଚାରଣ ଟିକେ ସ୍ପଷ୍ଟ ହୋଇପାରୁନାହିଁ, ତଥାପି ମାତ୍ର ଦୁଇ ବର୍ଷର ଶିଶୁ କନ୍ୟାଟିର ସ୍ମରଣ ଶକ୍ତି ଓ ଜାଣିବାର ଇଛା ଶକ୍ତି ଅସାଧାରଣ ନିଶ୍ଚୟ । ଏହା ଜାରି ରହିଲେ ଆଗକୁ ସ୍ନେହାଁ ନିଶ୍ଚୟ ଅସାଧାରଣ ପ୍ରତିଭାର ଉଦାହରଣ ହେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.