ଜନନୀ ଆମ୍ୱୁଲାନ୍ସ ୧୦୮ର ଚକା ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ

Published By : Prameya-News7 Bureau | July 27, 2024 IST

ସୋର ୨୭/୦୭: ପୁଣି ଜନନୀ ଯନ୍ତ୍ରଣା । ଜନନୀ ଆମ୍ବୁଲାନ୍ସ ୧୦୮ର ଚକା ଭାଙ୍ଗିଥିବା ବେଳେ ଗର୍ଭବତୀ ସମେତ ଚାରି ବର୍ତ୍ତିଲେ । ବାଲେଶ୍ଵର ଜିଲ୍ଲା ଖଇରା ସାରଡାଙ୍ଗ ଅଞ୍ଚଳର ସୁନାରlମ ସୋରେନଙ୍କ ସ୍ତ୍ରୀ ବିମଳା ହୋଇ ଗର୍ଭ ଯନ୍ତ୍ରଣା ପାଇ ଖଇରା ପ୍ରାଥମିକ ଚିକିତ୍ସl କେନ୍ଦ୍ରରୁ ସୋରକୁ ସ୍ଥାନାନ୍ତର ହେlଇଥିଲେ । 

ଖଇରାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀ ବିମଳା, ଆଶା ହେନାରାଣୀ ମହାରଣା, ବିମଳା ଶାଶୁ ସୀତା ସୋରେନ ବିମଳା ଆଇ ରାସ ମାଝୀ ଆସୁଥିଲେ । ଆମ୍ବୁଲାନ୍ସ ଆସୁଥିବା ବେଳେ ସୋର ବଜାର ଅନନ୍ତପୁର ଛକ ନିକଟରେ ଆଗ ଚକ ଭାଙ୍ଗିଯିବାରୁ ରାସ୍ତା ମଝିରେ ୧୦୮ ଅଟକି ଯିବା ସହିତ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ପରେ ଗର୍ଭବତୀ ଓ ଅନ୍ୟ ତିନି ଜଣଙ୍କୁ ୧୦୮ ଜନନୀ ଆମ୍ବୁଲାନ୍ସରୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାକୁ ପଠାଯାଇଥିଲା । 

ସୋର, ଖଇରା, ସିମୁଳିଆ, ବାହାନଗା ଓ ଔପଦ ବ୍ଲକରେ ଚାଲୁଥିବା କଛି ୧୦୮ ଜନନୀ ଆମ୍ବୁଲାନ୍ସ ରକ୍ଷଣା ବେକ୍ଷଣl ଠିକ୍ କରାଯାଉନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ବିପଦ ପୂର୍ଣ୍ଣ ଭାବେ ଗର୍ଭବତୀମାନେ ଏହି ୧୦୮ ଆମ୍ବୁଲାନ୍ସରେ ଯାତାୟାତ କରୁଛନ୍ତି  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.