ରାସ୍ତା ଖରାପ ଲାଗି ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

Published By : Prameya-News7 Bureau | November 09, 2024 IST

ଆନନ୍ଦପୁର ୦୯।୧୧ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଜନନୀ ଯନ୍ତ୍ରଣା । ଗର୍ଭବତୀଙ୍କୁ ଖଟିଆରେ ବୁହାହେବାରେ ଦୃଶ୍ୟ ପୁଣି ଥରେ ସାମ୍ନାକୁ ଆସିଛି । ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିଆରେ ବୋହିଛନ୍ତି ପରିବାର ଲୋକ । 

ଖବର ଅନୁଯାୟୀ, ଆନନ୍ଦପୁର ବ୍ଲକ କଣ୍ଟାପାଳ ପଞ୍ଚାୟତ ପଇତାପାଣି ସୁକୁରା ସାହିର ଶିବ ହୋଙ୍କ ପତ୍ନୀ ଗାଙ୍ଗୀଙ୍କର ଶୁକ୍ରବାର ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ । ହେଲେ ଗାଁକୁ ରାସ୍ତା ଠିକ୍‌ ନଥିବାରୁ ଆମ୍ବୁଲାନ୍ସଟି ସୁକୁରା ସାହି ଠାରୁ ୧ କିମି ଦୂର ମାଝିସାହି ନିକଟରେ ଅକଟି ରହିଥିଲା। ଶେଷରେ ପରିବାର ଓ ସାହିଲୋକ ମିଳିତ ଭାବେ ଗର୍ଭବତୀ ଗାଙ୍ଗୀଙ୍କୁ ଏକ ଖଟିଆରେ ବୋହିଥିଲେ । ୧ କିମି ଧରି ଖଟିଆରେ ବୋହିବା ପରେ ଆମ୍ବୁଲାନ୍ସ ନିକଟରେ ଛାଡିଥିଲେ । ଏହାପରେ ଗାଙ୍ଗୀଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲେ । ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ମା ଓ ଶିଶୁ ଏବେ ସୁସ୍ଥ ଥିବା ଜଣାପଡିଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.