ବାତ୍ୟା ‘ଦାନା’ ପାଇଁ ପ୍ରସ୍ତୁତି, ସମୁଦ୍ର କୂଳରେ ପୋଲିସ୍ ମୁତୟନ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର 24/10 : ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’ । ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ । ବାତ୍ୟା 'ଦାନା' ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବା ସମ୍ଭାବନା ରହିଛି । ପାରାଦୀପ ଠାରୁ 180 କି.ମି. ଓ ଧାମରା ଠାରୁ 210 କି.ମି. ଦୂରରେ କେନ୍ଦ୍ରୀଭୂତ । ଘଣ୍ଟା‌ପ୍ରତି ୧୨ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏଥିପାଇଁ ଜୋରସୋରରେ ପୋଲିସର ସହାୟତା ଏବଂ ସହଯୋଗ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବେ ବୃଦ୍ଧି କରାଯାଇଛି।

ବାତ୍ୟା ଆଶ୍ରୟସ୍ଥଳୀରେ ପୋଲିସ୍ ନିୟୋଜିତ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର କୂଳରେ ନିୟମିତ ଭାବେ ପୋଲିସ୍ ପାଟ୍ରୋଲିଂ କରିବ। ଏତିପାଇଁ ତିନି ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଗୋପାଳପୁର ପୋଲିସ ଷ୍ଟେସନ, ଗୋଲନ୍ଥରା ପୋଲିସ ଷ୍ଟେସନ ଏବଂ ସୋନପୁର ପୋଲିସ ଷ୍ଟେସନରେ ଆଲର୍ଟ ରହିବା ସହ ସମୁଦ୍ରରେ ପାଟ୍ରୋଲିଂ ପାଇଁ କୁହାଯାଇଛି। ପାହାଡିଆ ଅଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଯିବାକୁ ମନାଉଛନ୍ତି ପୋଲିସ୍ ।  

Also Read- ପାରାଦୀପ ଠାରୁ ୨୦୦ କି.ମି. ଦୂରରେ ‘ଦାନା’, ସୃଷ୍ଟି ହୋଇନି ବାତ୍ୟାର ‘ଆଖି’

  • odisha
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.