ମହାକୁମ୍ଭ ମେଳା ପାଇଁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ଯୋଗୀ ଆଦିତ୍ୟ ନାଥ

Published By : Prameya-News7 Bureau | December 29, 2024 IST

indiatoday

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ମହାକୁମ୍ଭ ମେଳାରେ ଯୋଗେ ଦେବେ ଭାରତର ବହୁ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ପଦାଧିକାରୀ। ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। 

ଏନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ନିମନ୍ତ୍ରଣ ସ୍ୱରପ କୁମ୍ଭ ମେଳାର ଲୋଗ ସହିତ ଏକ କଳସ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତା ସହିତ ନୂଆ ବର୍ଷର ଟେବୁଲ୍ କ୍ୟାଲେଣ୍ଡର ଏବଂ ଏକ ଡାଏରୀ ସହିତ ବିଶେଷ ଉପହାର ମଧ୍ୟ ପ୍ରଦାନ କରିଛନ୍ତି। 

ମହାକୁମ୍ଭ ମେଳା ୨୦୨୫ ଜାନୁୟାରୀ ୧୩ ରୁ ଆରମ୍ଭ ହୋଇ ଫେବୃଆରୀ ୨୫ରେ ଶେଷ ହେବ। ଏହି ମହୋତ୍ସବରେ ଯୋଗ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଦିଲ୍ଲୀ  ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ।

ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନୂଆଦିଲ୍ଲୀରେ ପହଞ୍ଚି ସେଠାରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିହଂଙ୍କୁ ଭେଟିଥିଲେ ନିମନ୍ତ୍ରଣ ପତ୍ର ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.