ମାଲକାନଗିରିରେ AC ଲକ୍ଷ୍ମୀ ବସ୍‌କୁ ବିରୋଧ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ

Published By : Prameya-News7 Bureau | August 27, 2024 IST

ମାଲକାନଗିରି ୨୭।୮: ଲକ୍ଷ୍ମୀ ବସ୍‌କୁ ବିରୋଧ କରି ମାଲକାନଗିରି ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଆରମ୍ଭ ହୋଇଛି । ଟାଇପ୍-୨ ଏ.ସି. ଲଷ୍ମୀ ବସ୍ ବନ୍ଦ କରିବା ଲାଗି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲା । ୨୬ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୨୭ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନ ଏହି ଦାବି ପୂରଣ ନକରିବା ଫଳରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଆରମ୍ଭ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଟାଇପ୍-୨ ଅର୍ଥାତ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌କୁ ବିରୋଧ କରୁନାହିଁ ଘରୋଇ ବସ୍ ମାଲିକ ସଂଘ । କିନ୍ତୁ ଟାଇପ-୨ ଅର୍ଥାତ ବ୍ଲକ ଠାରୁ ଜିଲ୍ଲା ସଦର ପର୍ଯ୍ୟନ୍ତ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌କୁ ବିରୋଧ କରୁଛି ସଂଘ । କାରଣ ଲକ୍ଷ୍ମୀ ବସ୍‌ ଯୋଗୁଁ ଘରୋଇ ବସ୍‌ରେ ଆଉ ଯାତ୍ରୀ ହେଉନଥିବା ବେଳେ ଘରୋଇ ବସ୍ ମାଲିକ ମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି । ତେଣୁ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ ବନ୍ଦ ହେବା ପରେ ଆଗାମୀ ଦିନରେ ସାରା ରାଜ୍ୟରେ ଘରୋଇ ବସ୍‌ ସେବାକୁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

You Can Read:

ଭଦ୍ରକରେ ଜିଲ୍ଲା ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.