ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବନ୍ୟା ସ୍ଥିତିର କରିବେ ସମୀକ୍ଷା

Published By : Prameya-News7 Bureau | September 12, 2024 IST

ଭୁବନେଶ୍ୱର ୧୨।୦୯ : ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମାଲକାନଗିରି ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମାଲକାନଗିରିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । 

ଖବର ଅନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟ ହୋଇଥିଲା । ଆଉ ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି । ତେବେ ଜିଲ୍ଲାରେ କିଭଳି ବନ୍ୟା ସ୍ଥିତିର ମୁକାବିଲା କରାଯାଉଛି । ତାହାର ସମୀକ୍ଷା କରିବାକୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଗସ୍ତ କରିବେ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗ ବାହାରି ମାଲକାନଗିରି ଅଭିମୁଖେ ଗସ୍ତ କରିବେ । ସେଠାରେ ଅପରାହ୍ନ ୩ଟା ବେଳେ ବନ୍ୟା ସ୍ଥିତିର ସମୀକ୍ଷା କରି ଭୁବନେଶ୍ୱର ଫେରିଆସିବେ ମୁଖ୍ୟମନ୍ତ୍ରୀ । 

ସେହିପରି ଏହାପୂର୍ବରୁ ମାଲକାନଗିରିର ବନ୍ୟା ସ୍ଥିତିର ତଦାରଖ ଲାଗି ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ । ଉଭୟ ଲଗାତର ଭାବେ ବନ୍ୟା ସ୍ଥିତି ସମୀକ୍ଷା କରୁଥିଲେ । ଏହାବାଦ୍‌ ଏସ୍‌ଆର୍‌ସି ଏବଂ ରାଜସ୍ୱ ମନ୍ତ୍ରୀ ମଧ୍ୟ ବନ୍ୟା ସ୍ଥିତିର ତଦାରଖ କରୁଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.