ସଂସଦରେ ଭୀଷଣ ଗର୍ଜିଲେ ପ୍ରିୟଙ୍କା, ସେନା ମୁଖ୍ୟାଳୟରୁ କାଢି ଦିଆଯାଇଥିବା କେଉଁ ଫଟୋକୁ ନେଇ କଲେ ପ୍ରଶ୍ନ?

Published By : Prameya-News7 Bureau | December 16, 2024 IST

ନୂଆଦିଲ୍ଲୀ ୧୬।୧୨: ଲୋକସଭାରେ କଂଗ୍ରେସର ୱାଇନାଡ଼ ସାଂସଦ ପ୍ରିୟଙ୍କା ଭଦ୍ରା କହିଛନ୍ତି ଆଜି ବିଜୟ ଦିବସ, ୧୯୭୧ ଯୁଦ୍ଧରେ ଯେଉଁ ବୀର ସୈନିକମାନେ ଆମ ଲାଗି ଲଢେଇ ଲଢିଥିଲେ ମୁଁ ସେମାନଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଚାହୁଁଛି।  ସେହିପରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଜୀଙ୍କୁ ମଧ୍ୟ ମନେ ପକାଉଛି। ସେତେବେଳେ ଭାରତର ଜନତା ସେମାନଙ୍କ ନେତୃତ୍ୱ ସହିତ ଛିଡା ହୋଇଥିଲେ ଓ ବାଂଲାଦେଶରେ ବଙ୍ଗାଳୀ ଭାଇ ଓ ଭଉଣୀଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଜବାବ ଦେଇଥିଲେ। 

ଇନ୍ଦିରାଜୀ କଠିନରୁ କଠିନ ପରିସ୍ଥିତିରେ ସାହାସ ଦେଖାଇଥିଲେ ଓ ଏପରି ନେତୃତ୍ୱ ଦେଇଥିଲେ ଯେଉଁଥିରେ ଦେଶ ବିଜୟୀ ହୋଇଥିଲା। ପ୍ରିୟଙ୍କା କହିଛନ୍ତି ଯେ ପ୍ରଥମ ପ୍ରସଙ୍ଗ ଯାହା ମୁଁ ଆଲୋଚନା କରିବାକୁ ଚାହୁଁଛି ତାହା ହେଉଛି ଏହି ସରକାର ବାଂଲାଦେଶରେ ହିନ୍ଦୁ ଓ ଇସାୟୀ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ। ସେମାନଙ୍କ ସହ ଆଲୋଚନା କରନ୍ତୁ । 

ସେ କହିଥିଲେ ଯେ ମୋ ଆଲୋଚନାର ଦ୍ୱିତୀୟ ପ୍ରସଙ୍ଗଟି ହେଉଛି ଆଜି ସେନା ମୁଖ୍ୟାଳୟରୁ ଗୋଟିଏ ଫଟୋ ଚିତ୍ରକୁ କାଢି ଦିଆଯାଇଛି। ଏହି ଫଟୋଟି ଭାରତୀୟ ସେନା ଆଗରେ ପାକିସ୍ତାନୀ ସେନାର ଆତ୍ମସମର୍ପଣ ଫଟୋ ଚିତ୍ର ଅଟେ। ଏହାକୁ କାହିଁକି ସେଠାରୁ ହଟାଗଲା? ସଂସଦ ବାହାରେ ସାମ୍ବାଦିକଙ୍କ ସହ ଆଲୋଚନାରେ ପ୍ରିୟଙ୍କା କହିଛନ୍ତି ଯେ ମୁଁ ସଦନରେ ଦୁଇଟି ପ୍ରସଙ୍ଗ ଉଠାଇଛି। ସର୍ବ ପ୍ରଥମେ ବିଜୟ ଦିବସ ସ୍ମୃତିରେ ଯେତେ ସେନା ସହିଦ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ଓ ଇନ୍ଦିରାଜୀ ଯାହାଙ୍କ ନେତୃତ୍ୱରେ ଆମେ ଏହି ଲଢେଇ ଲଢିଥିଲେ ତାଙ୍କ ସ୍ମୁତିଚାରଣ  କରିଛି। 

ଏହା ସହିତ ମୁଁ ଏହା କହିବାକୁ ଚାହିଁଥିଲି ଯେ ଆଜି ବାଂଲାଦେଶରେ ହିନ୍ଦୁ ଓ ଇସାୟୀଙ୍କ ବିରୋଧରେ ଅତ୍ୟାଚାର ହେଉଛି ଏହା ଉପରେ ସରକାର ସ୍ୱର ଉତ୍ତୋଳନ କରନ୍ତୁ ଓ ବାଂଲାଦେଶ ସହିତ ପ୍ରସଙ୍ଗରେ ଆଲୋଚନା କରନ୍ତୁ ଓ ସେମାନଙ୍କୁ ସୁରକ୍ଷିତ କରନ୍ତୁ। ଦ୍ୱିତୀୟ କଥାଟି ହେଉଛି ଆଜି ସେନା ମୁଖ୍ୟାଳୟରୁ ଗୋଟିଏ ଫଟୋଚିତ୍ରକୁ ହଟାଇ ଦିଆଯାଇଛି। ଏହି ଫଟୋରେ ପାକିସ୍ତାନୀ ସେନା ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରୁଥିବାର ଫଟୋ ଥିଲା ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.