ମାଲକାନଗିରିରେ ଏସି ଲକ୍ଷ୍ମୀ ବସ୍‌କୁ ବିରୋଧ, ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ

Published By : Prameya-News7 Bureau | August 25, 2024 IST

ମାଲକାନଗିରି ୨୫ମାଲକାନଗିରିରେ ଲକ୍ଷ୍ମୀ ବସ୍‌କୁ ବିରୋଧ । ଏସି ଲକ୍ଷ୍ମୀ ବସ୍‌କୁ ମାଲକାନଗିରି ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛି । ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଆସନ୍ତା ୨୬ ତାରିଖ ଭିତରେ ଟାଇପ-୨ ଲଷ୍ମୀ ବସ୍ ଯଦି ବନ୍ଦ କରାନଯାଏ ତେବେ ୨୭ ତାରିଖ ସକାଳ ୭ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି । ଟାଇପ-୧ ଅର୍ଥାତ ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଆସୁଥିବା ଲକ୍ଷ୍ମୀ ବସ୍‌କୁ ବିରୋଧ କରୁନାହିଁ ଘରୋଇ ବସ୍ ମାଲିକ ସଂଘ । କିନ୍ତୁ ଟାଇପ-୨ ଅର୍ଥାତ ବ୍ଲକ ସଦର ଜିଲ୍ଲା ସଦର ପର୍ଯ୍ୟନ୍ତ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌କୁ ବିରୋଧ କରୁଛି ସଂଘ । କାରଣ ଏହି ବସ୍ ଚାଲିଲେ ଜିଲ୍ଲା ମଧ୍ୟରେ ଚାଲୁଥିବା ଘରୋଇ ବସ୍‌ରେ ଯାତ୍ରୀ ହେଉନଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି ଘରୋଇ ବସ୍ ମାଲିକ । ତେଣୁ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ ବନ୍ଦ ହେବା ପରେ ଆଗାମୀ ଦିନରେ ସାରା ରାଜ୍ୟରେ ଘରୋଇ ବସ୍ ସେବାକୁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

You Can Read:

ମୋଦିଙ୍କ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.