ବଡ଼ଚଣା ମେଡିକାଲ ଆଗରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତିବାଦ, ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ ପରେ ତାତିଲା ସଂଘ

Published By : Prameya-News7 Bureau | September 08, 2024 IST

ଚଣ୍ଡିଖୋଲ ୮।୯: ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବଡ଼ଚଣା ମେଡିକାଲ ସମ୍ମୁଖରେ ପ୍ରତିବାଦ । ବାରମ୍ବାର ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟ ସମୟ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା କରାଯିବା ପାଇଁ ସଙ୍ଘ ପକ୍ଷରୁ ଦାବି କରାଯାଉଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଉନି । ୧୨ ଘଣ୍ଟା ଧରି ଆମ୍ବୁଲାନ୍ସ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯାଉଥିବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ମାନସିକ ସ୍ତରରେ ଦୁର୍ବଳ ହେଉଛନ୍ତି ଯେଉଁଥି ପାଇଁ ଏହିଭଳି ବାରମ୍ବାର ସଡ଼କ ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀ ପ୍ରାଣ ହରାଉଛନ୍ତି । ଏହା ପୂର୍ବରୁ ମଧ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ମଧ୍ୟ ହୋଇଛି । ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ସହ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟ ସମୟ ନେଇ ୮ ଘଣ୍ଟା କରିବା ପାଇଁ କର୍ମଚାରୀ ମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ଓ ୧୦୮ ଆମ୍ବୁଲାନ୍ସର ଜିଲ୍ଲା ମ୍ୟାନେଜର ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ।

You Can Read:

ସୋସିଆଲ ମିଡିଆରେ ଯୁବତୀଙ୍କ ଭିଡିଓ ଭାଇରାଲ, ଜଙ୍ଗଲ ଭିତରକୁ ଟାଣୁଛନ୍ତି କିଛି ଯୁବକ !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.