ପ୍ୟାରିସ ଅଲିମ୍ପିକ୍ସରେ ପିଭି ସିନ୍ଧୁଙ୍କୁ ମିଳିଲା ବଡ଼ ଦାୟିତ୍ଵ, ମେରିକମଙ୍କ ସ୍ଥାନ ନେଲେ ଗଗନ ନାରଙ୍ଗ

Published By : Prameya-News7 Bureau | July 08, 2024 IST

aajtak

ନୂଆଦିଲ୍ଲୀ: ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସ ୨୦୨୪ ପୂର୍ବରୁ ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନ(ଆଇଓଏ)ର ଅଧ୍ୟକ୍ଷ ପିଟି ଉଷା ବଡ଼ ଘୋଷଣା କରିଛନ୍ତି। ସେ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବକୁ ନେଇ ଭାରତୀୟ ଧ୍ଵଜବାହକ ଘୋଷଣା କରିଛନ୍ତି। 

ଆଇଓଏ ଘୋଷଣା କରିଛି, ଉଦଘାଟନୀ ଉତ୍ସବରେ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଭାରତୀୟ ଧ୍ଵଜବାହକ ରହିବେ। ଟେବୁଲ ଟେନିସ ଖେଳାଳି ଏ ଶରତ କମଲ ପୁରୁଷ ଧ୍ଵଜବାହକ ଦାୟିତ୍ଵ ନିର୍ବାହ କରିବେ। ଏହା ବ୍ୟତୀତ ଲଣ୍ଡନ ଅଲିମ୍ପିକ୍ସର କାଂସ୍ୟ ପଦକ ବିଜେତା ସୁଟର ଗଗନ ନାରଙ୍ଗଙ୍କୁ ମଧ୍ୟ ବଡ଼ ଦାୟିତ୍ଵ ମିଳିଛି। 

ପୁରୁଷ ୧୦ ମିଟର ଏୟାର ରାଇଫଲର କାଂସ୍ୟ ପଦକ ବିଜେତା ଗଗନଙ୍କୁ ଭାରତୀୟ ଦଳର ସେଫ ଡି ମିଶନ କରାଯାଇଛି। ସେ ବିଶ୍ଵ ବିଜେତା ବକ୍ସର ଏମସି ମ୍ୟାରି କମଙ୍କ ସ୍ଥାନ ନେବେ। ନିକଟରେ ନିଜ ଏହି ପଦରୁ ଇସ୍ତଫା ଦେଇଥିଲେ। ପିଟି ଉଷା ଏହି ବିଷୟରେ ଆଜି ସ୍ଵପ୍ନ ଦେଇଛନ୍ତି। 

ସୂଚନାଯୋଗ୍ୟ, ଜୁଲାଇ ୨୪ ତାରିଖରୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଏଥର  ପାଖାପାଖି ୧୨୦ ଜଣିଆ ଦଳ ଭାରତର ପ୍ରତିନିଧିତ୍ଵ କରିବେ। ଏଥିରେ ୨୮ ଜଣିଆ ଆଥଲେଟ୍ ଦଳ ସାମିଲ। ଏହି ଦଳର ନେତୃତ୍ଵ ନେବେ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। 

 

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.