ରାହୁଲ ଗାନ୍ଧୀ ଓ ଖଡ୍‌କେଙ୍କ ଗସ୍ତ ଓଡ଼ିଶାରେ ଏକ ନୂଆ ରାଜନୈତିକ ବାତାବରଣ ସୃଷ୍ଟି କରିବ

Published By : Prameya-News7 Bureau | July 10, 2025 IST

ଭୁବନେଶ୍ବର ୧୦।୭: ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, ପ୍ରତ୍ୟେକ ଜିଲ୍ଲାରେ ପ୍ରସ୍ତୁତି କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ଲୋକ ଆସୁଛନ୍ତି । ସବୁ ସମସ୍ୟା ଉପରେ ଲୋକଙ୍କୁ ନେଇ ଜନଜାଗରଣ କରିବା ଦିଗରେ ସାଧୁତାର ସହିତ ପଦକ୍ଷେପ ଗ୍ରହଣ କରାଯାଉଛି । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ । ଓଡ଼ିଶାରେ ଗୋଟିଏ ନୂଆ ରାଜନୀତିର ବାତାବରଣ ସୃଷ୍ଟି କରିବ । ସମସ୍ତେ ରାହୁଲ ଗାନ୍ଧୀଙ୍କୁ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି । 

ଓଡ଼ିଶା ସରକାର କଂଗ୍ରେସର ଯେକୌଣସି ବି କାର୍ଯ୍ୟକ୍ରମ ହେଉ ସେଥିରେ ବାଧା ସୃଷ୍ଟି କରିଥିଲେ । ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ବହୁତ ଦିନରୁ ଘୋଷଣା ହେଇଥିଲେ ମଧ୍ୟ ରାଜ୍ୟ ସରକାର ଡ଼୍ରାଇଭର ସଂଘ ସହିତ ଆଲୋଚନା କରି ଏହାକୁ ସମାଧାନ କରିବାକୁ ଚାହୁନାହାନ୍ତି । ସରକାର ଜାଣିଶୁଣି ଏହି ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଡ଼୍ରାଇଭରଙ୍କ ସହିତ ଆଲୋଚନା କରୁନାହାନ୍ତି । ସରକାର ବୁଝୁ ନାହାନ୍ତି ଏହିଭଳି କରିବା ଦ୍ଵାରା ବିଗତ ତିନି ଦିନ ହେବ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ଦେଖାଦେଲାଣି । ପରିବହନ ହୋଇପାରୁନାହିଁ । ରାଜନୈତିକ ଷଡ଼ଯନ୍ତ୍ର ପାଇଁ ଓଡ଼ିଶା ଲୋକଙ୍କୁ ହଇରାଣ କରନ୍ତୁ ନାହିଁ । କଂଗ୍ରେସକୁ ଟାର୍ଗେଟ୍ କରି ସାଧାରଣ ଓଡ଼ିଆଙ୍କୁ ସରକାର ହଇରାଣ କରନ୍ତୁ ନାହିଁ । 

ଡ଼୍ରାଇଭର ସଂଘର କଂଗ୍ରେସ ପ୍ରତି ସହାନୁଭୂତି ରହିଛି । ସଂଘର ସଭାପତିଙ୍କ ସହିତ ଆଲୋଚନା କରିଛୁ ଶୁକ୍ରବାର ଯେତିକି ଗାଡ଼ି ଆନ୍ଦୋଳନ ପାଇଁ ଆସିବେ ଦୟାକରି ସେମାନଙ୍କୁ ଆସିବା ପାଇଁ ଦିଆଯାଉ । ଏହା ଗୋଟିଏ ଦିନ ପାଇଁ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି ।

You Can Read:

କଂଗ୍ରେସରେ ଯୋଗଦେଲେ ସୁନୀତା ବିଶ୍ବାଳ, ବୁଧବାର ବିଜେଡିରୁ ଦେଇଥିଲେ ଇସ୍ତଫା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.