ଚୀନ୍‌ ଉପରେ ରାହୁଲଙ୍କ ବୟାନକୁ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ବିରୋଧ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ ୨୦।୮: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିକଟରେ ଦେଇଥିବା ବୟାନ ନିମନ୍ତେ ସେବା ନିବୃତ୍ତ ସୁରକ୍ଷା ବିଶେଷଜ୍ଞ ସଞ୍ଜୟ କୁଲକର୍ଣ୍ଣିଙ୍କ ସମାଲୋଚନାର ଶରବ୍ୟ ହେବାକୁ ପଡିଛି। ଯେଉଁଥିରେ ରାହୁଲ ଚୀନ୍‌ ଭାରତର ଜମି ନେଇଯାଇଥିବାର ଅଭିଯୋଗ କରିଥିଲେ। ତେବେ କୂଲକର୍ଣ୍ଣି କହିଛନ୍ତି ଯେ ମାମଲାକୁ ନେଇ ଏବେ କୁଟନୈତିକ ଆଲୋଚନା ଜାରି ରହିଛି। ଏଣୁ ଏପରି ସମୟରେ ଏଭଳି ବୟାନ ଆଦୌ ଗ୍ରହଣୀୟ ନୁହେଁ ।

ରାଜୀବ ଗାନ୍ଧୀଙ୍କ ଜନ୍ମଦିନରେ ରାହୁଲ୍‌ଙ୍କ ଶ୍ରଦ୍ଧାଞ୍ଜଳି; କହିଲେ, ଭାରତ ପାଇଁ ଆପଣଙ୍କ ସ୍ବପ୍ନ ଏଇ ସ୍ମୃତିରେ ଉଛୁଳି ପଡୁଛି

ରାହୁଲ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେହି ଦାବିର ସମାଲୋଚନା କରିଥିଲେ ଯେଉଁଥିରେ ମୋଦି ଚୀନ୍‌ ପ୍ୟୁପିଲସ୍ ଲିବରେସନ ଆର୍ମି (ପିଏଲଏ) ସୈନିକମାନେ କୌଣସି ଭାରତୀୟ ଭୂମି ମାଡି ନେଇ ନଥିବା କହିଥିଲେ। ତେବେ ରାହୁଲ ସ୍ଥାନୀୟ ଖାତାର ଉଦାହରଣ ଦେଇ ଚୀନ ସୈନିକମାନେ ଭାରତୀୟ କ୍ଷେତ୍ରକୁ ଅନୁପ୍ରବେଶ କରିଥିବା ଅଭିଯୋଗ କରିଛନ୍ତି। ତେବେ କୁଲକର୍ଣ୍ଣି କହିଛନ୍ତି ଯେ ୧୯୫୦ ମସିହା ପରେ ଚୀନ୍‌ ଭାରତର ପାଖାପାଖି ୪୦ ହଜାର ବର୍ଗ କିଲୋମିଟର ଅଞ୍ଚଳ ମାଡି ବସିଛି।  ହେଲେ ଏ ନେଇ କୁଟନୈତିକ ଆଲୋଚନା ଜାରି ଥିବା ବେଳେ ଏପରି ବୟାନ ଦେବା ଉଚିତ ନୁହେଁ ବୋଲି ଅବସର ପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କୁଲକର୍ଣ୍ଣି କହିଛନ୍ତି।

{"id":833328,"sizeSlug":"full","linkDestination":"none"}

ରାହୁଲ ଗାନ୍ଧିଙ୍କ ଏହି ବୟାନ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୭୯ତମ ଜୟନ୍ତୀ ଅବସରରେ ଲଦ୍ଦାଖ ଗସ୍ତ କାଳରେ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିପରୀତରେ ରାହୁଲ ଚୀନ୍‌ ଦ୍ୱାରା ଭାରତୀୟ ଭୂମି ହଡପକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାହୁଲ ଉଲ୍ଲେଖ କରିଛନ୍ତି ଯେ ଅଞ୍ଚଳ ପଶୁ ପାଳକମାନେ ସେମାନଙ୍କ ଚାରଣ ଭୂମିରେ ଚୀନ୍‌ ସୈନିକଙ୍କ ଅନୁପ୍ରବେଶ ନେଇ ପ୍ରଥମେ ସୂଚନା ଦେଇଥିଲେ ବୋଲି କହିଛନ୍ତି। ତେବେ ଏପରି ବୟାନବାଜି ନ କରିବାକୁ କୁଲକର୍ଣ୍ଣି କହିଛନ୍ତି।

ରାଇଡର ଲୁକରେ ନଜର ଆସିଲେ ରାହୁଲ ଗାନ୍ଧୀ, ବାଇକ୍ ଚଳାଇ ନେଲେ ଆଡଭେଞ୍ଚର୍ ମଜା

ସେ କହିଛନ୍ତି ଯେ ଜାରି ଆଲୋଚନା ମୁଖ୍ୟତଃ ଡେମଚୋକ ଓ ଦେପସାଙ୍ଗ ଭଳି ଘର୍ଷଣ ବିନ୍ଦୁ ଉପରେ ହେଉଛି, ଯେଉଁଠାକୁ ଏବେ ଉଭୟ ସେନାଙ୍କ ପାଟ୍ରୋଲିଂ ବନ୍ଦ ରହିଛି। କୂଲକର୍ଣ୍ଣି ପ୍ରସଙ୍ଗରେ କୂଟନୈତିକ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ଏପରି ବୟାନବାଜୀ କରାଗଲେ ଆଲୋଚନା ପ୍ରଭାବିତ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ବୟାନ ଲଦ୍ଦାଖ ସେକ୍ଟରରେ ଉତ୍ତେଜନା ହ୍ରାସ କରିବା ପାଇଁ ଭାରତୀୟ ସେନା ଓ ଚୀନ୍‌ ପିଏଲଏ ମଧ୍ୟରେ ହୋଇଥିବା ୧୯ତମ ରାଉଣ୍ଡ ଚର୍ଚ୍ଚା ପରେ ଆସିଛି।

{"id":833329,"width":834,"height":469,"sizeSlug":"full","linkDestination":"none"}

ରାହୁଲ ଗାନ୍ଧି ତାଙ୍କ ଗସ୍ତକାଳରେ ଜମ୍ମୁ-କାଶ୍ମୀରରୁ ବିଭାଜନ ପରେ ଲଦ୍ଦାଖକୁ ଦିଆଯାଇଥିବା କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତାକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସେ ଲୋକଙ୍କ ପ୍ରତିନିଧିତ୍ୱ ଓ ବେରୋଜଗାରୀ ସମ୍ପର୍କିତ ଚିନ୍ତାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଉପରେ ଆଲୋକପାତ କରିଛନ୍ତି। ପ୍ୟୋଙ୍ଗୟୋଙ୍ଗତ୍ସ୍ୟ ନେଇ ପିତାଙ୍କ ସହ ତାଙ୍କ ଆଲୋଚନାକୁ ମନେ ପକାଇ ରାହୁଲ ଏହି କ୍ଷେତ୍ରର ସୌନ୍ଧର୍ଯ୍ୟକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.