ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଯେବେ ଘୋଷଣା ହେଲା ସଭିଙ୍କ ନଜର କେଏଲ ରାହୁଲଙ୍କ ଉପରେ ଥିଲା। କାରଣ ସେ ଆହତ ସମସ୍ୟାରୁ ମୁକୁଳି ଫିଟ୍ ହୋଇଥିଲେ ଏବଂ ଅଭ୍ୟାସ୍ ଆରମ୍ଭ କରିଥିଲେ। ତଥାପି ତାଙ୍କର ଖେଳିବା ନେଇ ସଂଶୟ ଲାଗି ରହିଥିଲା। ଏବେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ ଲୋକେଶ ରାହୁଲ। ଅଗଷ୍ଟ ୨୯ରେ ଏହାର ସୂଚନା ଦେଇଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ । କେଏଲ ରାହୁଲ ସେପ୍ଟେମ୍ବର ୨ରେ ପାକିସ୍ତାନ ଏବଂ ସେପ୍ଟେମ୍ବର ୪ରେ ନେପାଳ ବିପକ୍ଷ ମୁକାବିଲା ଖେଳିବେ ନାହିଁ। ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ଯେ ଓ୍ଵିକେଟ୍ କିପର ଭାବେ ଇଶାନ କିଷନଙ୍କୁ ଖେଳାଗଲେ, ତାଙ୍କୁ କେଉଁ କ୍ରମରେ ବ୍ୟାଟିଂ କରାଯିବ। ଏହାକୁ ନେଇ ପୂର୍ବତନ ଖେଳାଳି ଆକାଶ ଚୋପ୍ରା ଦଳ ପ୍ରବନ୍ଧକଙ୍କୁ ପ୍ରଶ୍ନ କରିଛନ୍ତି।
wp:heading {"level":4}ଅଧିକ ପଢନ୍ତୁ- ଅଧିନାୟକତ୍ଵ ପସନ୍ଦ ଓ ନାପସନ୍ଦରେ ଚାଲେ ନାହିଁ, ବାଦ୍ ପଡ଼ୁଥିବା ଖେଳାଳିଙ୍କୁ କାରଣ ବି ଜଣାଇଥାଉ: ରୋହିତ ଶର୍ମା
/wp:headingଆକାଶ ଚୋପ୍ରା ନିଜର ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପ୍ରଶ୍ନ କରିଛନ୍ତି ଯେ, କେଏଲ ରାହୁଲ ଯଦି ଦଳରେ ଉପଲବ୍ଧ ରହିବେ ନାହିଁ, ଏମିତି ସ୍ଥିତିରେ ଇଶାନଙ୍କୁ କେଉଁ ସ୍ଥାନରେ ଖେଳାଯିବ ? କ'ଣ ଇଶାନ କିଷନ ଓପନ କରିବେ ? କ'ଣ ରୋହିତ-ଗିଲ୍-ଇଶାନ ଟପ୍ ୩ରେ ବ୍ୟାଟିଂ କରିବେ ଏବଂ ବିରାଟ କୋହଲି ନମ୍ବର ୪ରେ ଖେଳିବେ ? କ'ଣ ଗିଲଙ୍କୁ ବାହାରେ ବସିବାକୁ ପଡ଼ିବ ? ତିଳକ ବର୍ମା କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କୁ ନମ୍ବର ୫ରେ ଖେଳାଯିବ ? ଏହା କେବଳ ମୋ ପ୍ରଶ୍ନ ନୁହେଁ, ବରଂ ଭାରତର ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ମୁହଁରେ ରହିଛି। କାରଣ ସେପ୍ଟେମ୍ବର ୨ ତାରିଖରେ ବହୁତ ବଡ଼ ମ୍ୟାଚ୍ ରହିଛି।
wp:html/wp:htmlKLR unavailable for the first two games. Opens up a host of discussion points…does Ishan open? If yes, where will Shubman bat? Or Rohit-Gill-Ishan bat 1-2-3 and then Kohli bats at 4? Or Rohit-Gill open…Kohli at 3 and Ishan at 5? Or Gill gets benched and Tilak/SKY bat at 5?…
— Aakash Chopra (@cricketaakash) August 29, 2023
ଭାରତ ନିକଟରେ ଚୂଡାନ୍ତ ୧୭ ଜଣିଆ ଦଳରେ ରାହୁଲଙ୍କ ବ୍ୟତୀତ ଇଶାନ କିଷନ ଏକମାତ୍ର ପେଶାଦାର ଓ୍ଵିକେଟ୍ କିପର ଯିଏ ଓପନିଂରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି। ତାଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ ପାଇଁ ସୁଯୋଗ ମିଳିଥିଲେ ହେଁ ସେ ସଫଳ ହୋଇ ନାହାନ୍ତି। ଏମିତିରେ ମଧ୍ୟକ୍ରମରେ କିଏ ବ୍ୟାଟିଂ କରିବ ? ଏହା ସବୁଠୁ ବଡ଼ ପ୍ରଶ୍ନ। ସଞ୍ଜୁ ସାମସନ ଦଳ ସହିତ ଅଛନ୍ତି, ମାତ୍ର ସେ ଚୟନ ପାଇଁ ଉପଲବ୍ଧ ହେବେ ନାହିଁ। ସେ ତେବେ ଯାଇ ଦଳକୁ ଆସିବେ, ଯେବେ ଆନୁଷ୍ଠାନିକ ଭାବେ କେଏଲ ରାହୁଲ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ।
wp:heading {"level":4}ଅଧିକ ପଢନ୍ତୁ- ଏସିଆ କପ୍ ୨୦୨୩ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କଲେ ଗାଙ୍ଗୁଲି, ଏହି ଖେଳାଳିଙ୍କୁ ରଖିଲେ ବାହାରେ
/wp:headingଭାରତ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ସେପ୍ଟେମ୍ବର ୪ ତାରିଖରେ ନେପାଳ ବିପକ୍ଷରେ ମ୍ୟାଚ୍ ଖେଳିବ। ଏଥିରୁ ଗୋଟିଏ ମ୍ୟାଚ୍ ବଡ଼ ବ୍ୟବଧାନରେ ଜିତିଲେ ଦଳ ସୁପର-୪ରେ ସହଜରେ ପହଞ୍ଚିବ। ଏହାପରେ ଭାରତର ମ୍ୟାଚ୍ ସେପ୍ଟେମ୍ବର ୧୦, ସେପ୍ଟେମ୍ବର ୧୨ ଏବଂ ସେପ୍ଟେମ୍ବର ୧୫ ତାରିଖରେ ରହିଛି।
ଏସିଆ କପ୍-୨୦୨୩ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ୍ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମ୍ରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲ୍ଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣ ।
ଷ୍ଟାଇବାଇ ଖେଳାଳି: ସଞ୍ଜୁ ସାମ୍ସ