ରାଜସ୍ଥାନ ନିର୍ବାଚନ: ପୂର୍ବତନ ବାଚସ୍ପତିଙ୍କ ସହ ବହୁ ନେତାଙ୍କୁ ଦଳରୁ ବହିଷ୍କାର କଲା ବିଜେପି

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବିଦ୍ରୋହୀଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜସ୍ଥାନ ବିଜେପିର ଅନୁଶାସନ କମିଟି ମୁଖ୍ୟ ଓକାଁର ସିଂ ଲଖାୱାତଙ୍କ ଅନୁସାରେ ବରିଷ୍ଠ ନେତା କୈଳାସ ମେଘୱାଲଙ୍କୁ ପାର୍ଟିରୁ ବାହାର କରାଯାଇଛି । ଓକାଁର କହିଛନ୍ତି ଯେ କୈଳାସ ମେଘୱାଲଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଛି । ପାର୍ଟି ଦ୍ୱାରା ଘୋଷିତ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ଅନୁଶାସନହୀନ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବତନ ବିଧାନସଭା ଅଧ୍ୟକ୍ଷ କୈଳାସ ମେଘୱାଲ, ପୂର୍ବତନ ମନ୍ତ୍ରୀ ବଂଶୀଧର ବାଜିଆ, ବିଧାୟକ ଚନ୍ଦ୍ରଭାନ ଆକ୍ୟା, ପୂର୍ବତନ ବିଧାୟକ ଜୀଭାରାମ, ଛୋଟେଲାଲ୍ ସୋନୀ, ଗୋପାଳ ଭାଇ ଓ ଆଶା ମୀଣାଙ୍କ ଏକ ଡର୍ଜନରୁ ଅଧିକ ନେତାଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଛି । ପ୍ରଦେଶ ଅଧ୍ୟକ୍ଷ ସିପି ଯୋଶୀ ଏହି ନେତାଙ୍କୁ ବହିଷ୍କାର କରିବା ପାଇଁ ଆଦେଶ ଜାରି କରିଛନ୍ତି ।

wp:gallery {"linkTo":"none"} /wp:gallery

ଶାହପୁରା ଆସନରୁ ଟିକଟ ନମିଳିବା ଯୋଗୁ କୈଳାସ ମେଘୱାଲ ବିଦ୍ରୋହ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଅନ୍ୟପଟେ ଖଣ୍ଡେଲାରୁ ବାଜିଆ, ତିତୋରଗଡରୁ ଚନ୍ଦ୍ରଭାନ, ସାଂଚୋରରୁ ଜୀଭାରାମ ଓ ଉଦୟପୁରରୁ ଗୋପାଳ ନିର୍ଦଳୀୟ ନିର୍ବାଚନ ଲଢିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.