ନିର୍ବାଚନ ପ୍ରସ୍ତୁତି: କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ: ବଢ଼ିଲା ସୂର୍ଯେୱାଲାଙ୍କ ଦାୟିତ୍ୱ, ଗୁଜରାଟ ଓ ଉତ୍ତର ପ୍ରଦେଶରେ ବଦଳିଲେ ନେତା

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ: କଂଗ୍ରେସ ଗୁରୁବାର (ଅଗଷ୍ଟ ୧୭) ପାର୍ଟିଂ ସଂଗଠନରେ ବଡ଼ ଧରଣରଣ ଅଦଳବଦଳ କରିଛି। ଦଳରେ ରଣଦୀପ ସୂର୍ୟେୱାଲାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ରଣଦୀପଙ୍କୁ ମଧ୍ୟପ୍ରଦେଶର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ପୂର୍ବରୁ ଦିଆଯାଇଥିଲା। ଏବେ ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରିଛି ଦଳ।  ଅନ୍ୟପକ୍ଷରେ ଗୁଜୁରାଟର ସାଧାରଣ ସମ୍ପାଦକ ଭାବରେ ମୁକୁଲ ୱାସନିକଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହା ବ୍ୟତୀତ ବ୍ରିଜଲାଲ ଖାବରୀଙ୍କ ସ୍ଥାନରେ ଅଜୟ ରାୟଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବରିଷ୍ଠ ନେତା ଜେପି ଅଗ୍ରୱାଲଙ୍କ ସ୍ଥାନରେ ସୁରଜେୱାଲାଙ୍କୁ ମଧ୍ୟପ୍ରଦେଶର ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଥିବା ବେଳେ ରାଜସ୍ଥାନ କଂଗ୍ରେସ ନେତା ରଘୁ ଶର୍ମାଙ୍କ ସ୍ଥାନରେ ୱାସନିକଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି।

କଂଗ୍ରେସର କାହିଁକି ଏ ପରିବର୍ତ୍ତନ ?

ଆଉ କିଛି ମାସ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସୁରଜେୱାଲାଙ୍କୁ ବଡ଼  ଦାୟିତ୍ୱ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହା ବ୍ୟତୀତ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାର ଅଛି। ଗୁଜୁରାଟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଉତ୍ତରପ୍ରଦେଶରେ ୯୦ ଟି ଲୋକସଭା ଆସନ ଅଛି। ଏଭଳି ପରିସ୍ଥିତିରେ ଅଜୟ ରାୟଙ୍କ ନିଯୁକ୍ତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ପଢନ୍ତୁ-ମନ୍ତ୍ରୀ ନୁହେଁ, ଆର୍‌ଏସ୍‌ଏସ ନିଯୁକ୍ତ ପ୍ରତିନିଧି ଚଳାଉଛନ୍ତି ମନ୍ତ୍ରଣାଳୟ: ରାହୁଲ ଗାନ୍ଧୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.