ଭଦ୍ରକରୁ ଉଦ୍ଧାର ହେଲା ବିରଳ ପ୍ରାଚୀନ ଜୈନ ତୀର୍ଥଙ୍କର ମୂର୍ତ୍ତି

Published By : Prameya-News7 Bureau | July 12, 2024 IST

ଭଦ୍ରକ ୧୨: ଉଦ୍ଧାର ହୋଇଛି ବିରଳ ଜୈନ ୨୪ ତୀର୍ଥଙ୍କର ମୂର୍ତ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ଷୋଳମପୁର ପଞ୍ଚାୟତ ମୁଢ଼ାପଦା ଗ୍ରାମ ନିକଟ ବୈତରଣୀ ନଦୀବନ୍ଧ ଶଯ୍ୟାରେ ଅତଡା ଖସିଥିଲା । ଏହି ଅତଡା ଖସିବା ପରେ ଏକ ବିରଳ ଜୈନ ତୀର୍ଥଙ୍କର ଙ୍କ ଖୋଦିତ ମୂର୍ତ୍ତି ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ନଦୀପଠାକୁ ଯାଉଥିବା ବେଳେ ହଠାତ ଅନେକ ଠାକୁର ଥିବା ଏକ ମୂର୍ତ୍ତି ଦେଖି  ସ୍ଥାନୀୟ ଇନଟାକ ସଦସ୍ୟ ଯୁବ ଗବେଷକ ତଥା ମୂର୍ତ୍ତି ସଂରକ୍ଷକ ବିଶ୍ବମ୍ବର ରାଉତଙ୍କୁ ସୂଚନା ଦେଇଥିଲେ । ବିଶ୍ବମ୍ବର ରାଉତ ପହଞ୍ଚି ମୂର୍ତ୍ତିଟିକୁ ଉଦ୍ଧାର କରିବା ସହ ବିରଳ ଜୈନ ମୂର୍ତ୍ତି ସମୂହ ଦେଖି ପ୍ରତ୍ନତତ୍ତ୍ଵ ବିଭାଗକୁ ସୂଚନା ଦେଇଥିଲେ । 

ଓଡ଼ିଶାର ବିଶିଷ୍ଟ ପ୍ରତ୍ନତତ୍ତ୍ଵବିତ୍ ଡ଼ଃ ସୁନୀଲ ପଟ୍ଟନାୟକ ମୂର୍ତ୍ତିଟିକୁ ଅଧିକ ଗବେଷଣା ପୂର୍ବକ ଏହା ଏକ ବିରଳ ଜୈନ ତୀର୍ଥଙ୍କର ଆଗପଟ ବିରଳ ମୂର୍ତ୍ତି ବୋଲି ଚିହ୍ନଟ କରିଥିଲେ। ପ୍ରତ୍ନତତ୍ତ୍ଵ ଦୃଷ୍ଟିକୋଣରୁ ଦେଢ଼ଫୁଟ ଉଚ୍ଚ ଓ ଏକ ଫୁଟ ଚଉଡ଼ାର ଖଣ୍ଡୋଲାଇଟ ପ୍ରସ୍ତରରେ ନିର୍ମିତ । ଏହି ଜୈନ ୨୪ ତୀର୍ଥଙ୍କର ମୂର୍ତ୍ତିଟି ସପ୍ତମ ଶତାଦ୍ଦୀର ଅଟେ । ଏହି ମୂର୍ତ୍ତିରେ ଜୈନ ଧର୍ମର ମାର୍ଗ ସ୍ରଷ୍ଟା ପ୍ରବର୍ତ୍ତକ ୨୪ ଜଣ ଅହରତ ବା ତୀର୍ଥଙ୍କର ମୂର୍ତ୍ତି ଆଗପଟରେ ଧାଡ଼ିରେ ତଳକୁ ତଳ ଓ ପ୍ରତି ଧାଡିରେ ୬ ଜଣ ଲେଖାଏଁ ଖୋଦିତ ରହିଛନ୍ତି । ପ୍ରାଚୀନ ଶିଳା ହୋଇଥିବାରୁ ପାର୍ଶ୍ୱରୁ କିଛି କିଛି ଅଂଶ ଭାଙ୍ଗିଯାଇଥିବା ବେଳେ କେତେକ ତୀର୍ଥଙ୍କର ମୁହଁ ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ । 

ତେବେ ଖୋଦିତ ମୂର୍ତ୍ତିରେ ଥିବା ୨୪ ଜଣ ତୀର୍ଥଙ୍କର  ଯଥାକ୍ରମେ ଋଷଭନାଥ, ଅଜିତ, ସମ୍ଭବ, ଅଭିନନ୍ଦନ, ସୁମତି, ପଦ୍ମପ୍ରଭ, ସୁପାର୍ଶ୍ବ, ଚନ୍ଦ୍ରପ୍ରଭ, ସୁବିଧୁ, ଶୀତଳ, ଶ୍ରେୟାଂଶ, ବାସୁପୁଜ୍ୟ, ବିମଳ, ଅନନ୍ତ, ଧର୍ମନାଥ, ଶାନ୍ତନାଥ, କୁନ୍ଥନାଥ, ଅରନାଥ, ମଲ୍ଲୀ, ମୁନିସୁବ୍ରତ, ନମି, ନେମି, ପାର୍ଶ୍ଵନାଥ, ବର୍ଦ୍ଧମାନ ମହାବୀର ଅଟନ୍ତି। ଭଦ୍ରକର ସାଂସ୍କୃତିକ ପରମ୍ପରାର ଚିହ୍ନ ତୀର୍ଥଙ୍କର ପାର୍ଶ୍ୱନାଥଙ୍କ ସମୟରୁ ଏହି ମୂର୍ତ୍ତି ବୋଲି କୁହାଯାଏ । ଯେତେବେଳେ ପାର୍ଶ୍ୱନାଥ ଧର୍ମପ୍ରଚାର ପାଇଁ କୋପକଟକ ବା ଆଧୁନିକକୁପାରୀକୁ ଆସିଥିଲେ । ସେହି ସମୟରେ ଆଜିର ଷୋଳମପୁର ବୌଦ୍ଧ ବିହାର ବୌଦ୍ଧ ଧର୍ମର ଏକ ଗୁରୁତ୍ଵପୂର୍ଣ୍ଣ ପୀଠ ଥିବା ବେଳେ ବୌଦ୍ଧ ବିହାରକୁ ଲଗାଇ ଏକ ଜୈନ ପୀଠ କରାଇ ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା ନିମନ୍ତେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ ।

You Can Read:

ଲାଞ୍ଚ ନେବା ବେଳେ ଯୋଗାଣ ଅଧିକାରୀ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.