ରବିଚନ୍ଦ୍ରନ ଅଶ୍ୱିନୀଙ୍କ ନାଁରେ ଆଉ ଏକ ରେକର୍ଡ, ଜେମ୍‌ସ ଆଣ୍ଡରସନଙ୍କୁ ପକାଇଲେ ପଛରେ...

Published By : Prameya-News7 Bureau | July 13, 2023 IST

ମୁମ୍ବାଇ ୧୩।୦୭ : ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ୍‌ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ ବୁଧବାରଠୁ ଡୋମିନିକାରେ ଖେଳାଯାଉଛି । ପ୍ରଥମ ମ୍ୟାଚ୍‌ର ପ୍ରଥମ ଇନିଂସରେ ଓ୍ୱେଷ୍ଟଇଣ୍ଡିଜ୍‌ ୧୫୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି । ଓ୍ୱେଷ୍ଟଇଣ୍ଡିଜ୍‌ ଅଲ୍‌ଆଉଟ୍‌ ପଛରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନୀ । ପ୍ରଥମ ଇନିଂସରେ ଅଶ୍ୱିନୀ ୫ଟି ଓ୍ୱିକେଟ୍‌ ନେଇଛନ୍ତି । ଏହାସହିତ ଅଶ୍ୱିନୀ ଜେମ୍‌ସ ଆଣ୍ଡରସନଙ୍କ ରେକର୍ଡ ଭାଙ୍ଗିଛନ୍ତି । ତେବେ ଆସନ୍ତୁ ଜାଣିବା ଆଣ୍ଡରସନଙ୍କ କେଉଁ ରେକର୍ଡ ଭାଙ୍ଗିଛନ୍ତି ଅଶ୍ୱିନୀ ।

wp:embed {"url":"https://www.prameyanews7.com/mcc-proposes-stringent-plan-to-significantly/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mcc-proposes-stringent-plan-to-significantly/
/wp:embed

ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ଅଧିକ ଥର ପାଞ୍ଚ ଥର ଓ୍ୱିକେଟ୍‌ ନେବା ରେକର୍ଡ ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ନାଁରେ ରହିଛି । ସେ ୬୭ ଥର ପାଇଁ ପାଞ୍ଚ ଥର ଓ୍ୱିକେଟ୍‌ ନେଇଛନ୍ତି । ଏହାପରେ ୨ୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ମହାନ ବୋଲର ସେନ୍‌ ଓ୍ୱାର୍ଣ୍ଣ । ସେ ୩୧ ଥର ଏହି କାରନାମା କରିବାରେ ସଫଳ ହୋଇଛନ୍ତି । ୩ୟ ସ୍ଥାନରେ ରିଚାର୍ଡ ହେଡଲୀ ରହିଛନ୍ତି । ସେ ୩୬ ଥର ପାଞ୍ଚଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ୪ର୍ଥ ସ୍ଥାନରେ ରହିଛନ୍ତି ଅନିଲ କୁମ୍ବଲେ । ସେ ୩୫ ଥର ପାଞ୍ଚୋଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।

ସେହିପରି ୫ମ ସ୍ଥାନରେ ଶ୍ରୀଲଙ୍କାର ରଙ୍ଗନା ହେରାଥ ରହିଛନ୍ତି । ସେ ୩୪ ଥର ପାଞ୍ଚୋଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।  ୬ଷ୍ଠ ସ୍ଥାନରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ୱିନୀ ଅଛନ୍ତି । ସେ ମୋଟ ଗୋଟିଏ ଇନିଂସରେ ପାଞ୍ଚୋଟି ଓ୍ୱିକେଟ୍‌ ନେବାର କାରନାମା ୩୩ ଥର କରିଛନ୍ତି । ଅଶ୍ୱିନୀଙ୍କ ପଛକୁ ରହିଛନ୍ତି ଜେମ୍‌ସ ଆଣ୍ଡରସନ । ସେ ମୋଟ ୩୨ ଥର ପାଞ୍ଚୋଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।

ସେହିପରି ଅଶ୍ୱିନୀ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ଅଧିକା ଥର ପାଞ୍ଚୋଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ମୋଟ ୭ ଥର ଏହି କମାଲ କରିଛନ୍ତି ଅଶ୍ୱିନୀ । ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିରୋଧରେ ୬ ଥର ଲେଖାଏଁ ପାଞ୍ଚୋଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ଓ୍ୱେଷ୍ଟଇଣ୍ଡିଜ୍‌ ଏବଂ ଦକ୍ଷିଣ ଆଫ୍ରିକା ବିରୋଧରେ ପାଞ୍ଚ ଥର ଲେଖାଏଁ ଏହି କାରନାମା କରିଛନ୍ତି । ଶ୍ରୀଲଙ୍କା ବିରୋଧରେ ୩ ଥର, ବାଂଲାଦେଶ ବିରୋଧରେ ଗୋଟିଏ ଥର ଏପରି ରେକର୍ଡ କରିଛନ୍ତି ଅଶ୍ୱିନୀ ।

wp:embed {"url":"https://www.prameyanews7.com/aanya-panday-aditya-roy-kapur-romantic-pictures-from-spain/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aanya-panday-aditya-roy-kapur-romantic-pictures-from-spain/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.