ଜେମ୍ସ ଆଣ୍ଡର୍ସନଙ୍କ ରେକର୍ଡ ଭାଙ୍ଗିଲେ ରବିନ୍ଦ୍ର ଜାଡ଼େଜା: ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପୂରା କଲେ ୬୦୦ ୱିକେଟ୍

Published By : Prameya-News7 Bureau | February 06, 2025 IST

indiatoday

ନୂଆଦିଲ୍ଲୀ: ପଞ୍ଚମ ଭାରତୀୟ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୬୦୦ ୱିକେଟ ପୂରଣ କଲେ ବାମହାତୀ ସ୍ପିନର ରବିନ୍ଦ୍ର ଜାଡେଜା। ଗୁରୁବାର(୬ ଫେବୃଆରୀ) ନାଗପୁରରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଜାଡ଼େଜା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। 
ଆଜି ଜାଡ଼େଜା ନିଜର ସ୍ପିନ୍‌ ଯାଦୁରେ ୩ ଇଂଲଣ୍ଡ ବ୍ୟାଟରଙ୍କୁ ଆଉଟ୍ କରି ପାଭିଲିଅନ ପଠାଇ ଦେଇଛନ୍ତି। ଏହି ୱିକେଟ୍‌ ସହ ଜାଡେଡ଼ା ଇଂଲଣ୍ଡର ପୂର୍ବତନ କ୍ରିକେଟର ଜେମ୍ସ ଆଣ୍ଡର୍ସନଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଇଂଲଣ୍ଡ ଓ ଭାରତ ଦିନିକିଆ ମ୍ୟାଚ୍‌ରେ ଆଣ୍ଡର୍ସନ ସର୍ବାଧିକ ୪୦ ୱିକେଟ୍ ନେଇଥିଲେ। ହେଲେ ଜାଡ଼େଜା ଏହି ଟାଲିକୁ ଅତିକ୍ରମ କରିଛନ୍ତି। ଜାଡେଜା ୮୦ ଟେଷ୍ଟରେ ୩୨୩ ୱିକେଟ୍, ୧୯୮ ଦିନିକିଆରେ ୨୨୩ ୱିକେଟ୍ ଏବଂ ୭୪ ଟି-୨୦ରେ ୫୪ ୱିକେଟ୍ ନେଇଛନ୍ତି।

ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ବୋଲର

୧. ଅନୀଲ କୁମ୍ବଲେ – ୪୦୧ ମ୍ୟାଚ୍, ୯୫୩ ୱିକେଟ୍
୨. ରବିଚନ୍ଦ୍ରନ୍ ଅଶ୍ୱିନ – ୨୮୭ ମ୍ୟାଚ୍, ୭୬୫ ୱିକେଟ୍
୩. ହରଭଜନ ସିଂହ – ୩୬୫ ମ୍ୟାଚ୍, ୭୦୭ ୱିକେଟ୍
୪. କପିଲ ଦେବ – ୩୫୬ ମ୍ୟାଚ୍, ୬୮୭ ୱିକେଟ୍
୫. ରବିନ୍ଦ୍ର ଜାଡେଜା – ୩୫୨ ମ୍ୟାଚ୍, ୬୦୦ ୱିକେଟ୍
୬. ଜାହିର ଖାନ – ୩୦୩ ମ୍ୟାଚ୍, ୫୯୭ ୱିକେଟ୍
୭. ଜାଭଗଲ୍ ଶ୍ରୀନାଥ – ୨୯୬ ମ୍ୟାଚ୍, ୫୫୧ ୱିକେଟ୍
୮. ମହମ୍ମଦ ଶାମି – ୧୯୧ ମ୍ୟାଚ୍, ୪୫୨ ୱିକେଟ୍
୯. ଜସପ୍ରିତ ବୁମରା – ୨୦୪ ମ୍ୟାଚ୍, ୪୪୩ ୱିକେଟ୍
୧୦. ଇଶାନ୍ତ ଶର୍ମା – ୧୯୯ ମ୍ୟାଚ୍, ୪୩୪ ୱିକେଟ୍

ପଢନ୍ତୁ- Harshit Rana: ହର୍ଷିତ ରାଣାଙ୍କ ନାଁରେ ବିରଳ ରେକର୍ଡ, ୫୦ ବର୍ଷର ଇତିହାସରେ ଏପରି କରିବାରେ ପ୍ରଥମ ଭାରତୀୟ


ଆଜିର ମ୍ୟାଚ୍‌ରେ ରବିନ୍ଦ୍ର ଜାଡ଼େଦା ଓ ହର୍ଷିତ ରାଣା ୩ଟି ଲେଖାଏ ୱିକେଟ୍ ନେଇଥିବାରୁ ଇଂଲଣ୍ଡ ଭାରତ ବିପକ୍ଷରେ ମାତ୍ର ୨୪୮ ରନ୍‌ କରିପାରିଛି।  ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ଟାର୍ଗେଟ୍ ପୂରା କରିବାକୁ ପଡ଼ିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.