RBIର ବଡ଼ ପଦକ୍ଷେପ, ଏବେ ବ୍ୟାଙ୍କିଂ ଫ୍ରଡ୍‌ ଉପରେ ଲାଗିବ ଲଗାମ

Published By : Prameya-News7 Bureau | February 09, 2025 IST

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଅନଲାଇନ ଠକେଇ ଘଟଣା ବେଶ୍‌ ବଢ଼ିଯାଇଛି। ବିଭିନ୍ନ ଉପାୟରେ ସାଇବର ଠକମାନେ ଲୁଟି ନେଉଛନ୍ତି ଲୋକଙ୍କ କଷ୍ଟ ଅର୍ଜିତ ଧନ। ଏମିତିରେ ଏଭଳି ଘଟଣାକୁ ରୋକିବାକୁ ଆରବିଆଇ ବିଭିନ୍ନ ପଦକ୍ଷେପ ନେଇଛି। ତଥାପି ଏହି ଠକେଇକୁ ରୋକ୍ ଲଗାଯାଇପାରିନାହିଁ। ଏମିତିରେ ଅନଲାଇନ୍‌ ଫ୍ରଡ୍‌ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (RBI) ଏକ ବଡ଼ ପଦକ୍ଷେପ ନେଇଛି। ବ୍ୟାଙ୍କିଂ ଫ୍ରଡ୍‌ ରୋକିବା ପାଇଁ ଆରବିଆଇ ଆଣିଛି ଆକର୍ଷଣୀୟ ଯୋଜନା ।

ସର୍ବୋଚ୍ଚ ବ୍ୟାଙ୍କର ଘୋଷଣା ଅନୁଯାୟୀ, ଏଣିକି ଭାରତୀୟ ବ୍ୟାଙ୍କ୍ ପାଇଁ ସ୍ବତନ୍ତ୍ର ଇଣ୍ଟରନେଟ୍‌ ଡୋମେନ ‘bank.in’ ରହିବ। ଅର୍ଥାତ୍ ଏବେ ସବୁ ପଞ୍ଜୀକୃତ ଭାରତୀୟ ବ୍ୟାଙ୍କର ଅଫିସିଆଲ ଓ୍ବେବସାଇଟ ‘bank.in’ ଡୋମେନ ଅନୁଯାୟୀ ରହିବ। ସେହିଭଳି ଅଣ ବ୍ୟାଙ୍କିଂ ଆର୍ଥିକ କମ୍ପାନି, ଫିନଟେକ୍ ଏବଂ ଅନ୍ୟ ଆର୍ଥିକ ସଂସ୍ଥାନ ‘fin.in’ର ବ୍ୟବହାର କରିବେ। 

 ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ‘bank.in’ ପାଇଁ ରେଜିଷ୍ଟ୍ରେସନ ଏପ୍ରିଲ ୨୦୨୫ରୁ ଆରମ୍ଭ ହେବ। ଏହା ପରେ ‘fin.in’କୁ ମଧ୍ୟ ଲାଗୁ କରାଯିବ।ବର୍ତ୍ତମାନ ଏହା କେବଳ ଘରୋଇ ଟ୍ରାଞ୍ଜାକ୍ସନ ପାଇଁ ବାଧ୍ୟତାମୂଳକ। ଖୁବ୍‌ଶୀଘ୍ର ଏହାକୁ ଅନ୍ତର୍ଜାତୀୟ ଅନଲାଇନ ଟ୍ରାଞ୍ଜାକ୍ସନରେ ମଧ୍ୟ ଲାଗୁ କରାଯିବ। ଆରବିଆଇ ଖୁବଶୀଘ୍ର ଏନେଇ ସର୍କୁଲାର ଜାରି କରିବ। ଏହି ପଦକ୍ଷେପ ଫଳରେ ଡିଜିଟାଲ ପେମେଣ୍ଟରେ ଠକେଇ ଘଟଣାକୁ କମ୍ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.