ନୂଆଦିଲ୍ଲୀ: ଆମେରିକୀୟ ସେୟାର ବଜାରରେ ମାନ୍ଦାବସ୍ଥା ଅନ୍ୟ କିଛି ? ପୁଞ୍ଜିବଜାରରେ ଝଡ଼ ପରେ ଏହି ପ୍ରଶ୍ନ ସାମ୍ନାକୁ ଆସିଛି । ଆଜ୍ଞ ହଁ, ଗତ କିଛି ଦିନ ହେଲା ଆମେରିକା ସେୟାର ମାର୍କେଟରେ ହାହାକାର ପଡ଼ିଛି । ଡାଓ ଜୋନ୍ସଠୁ ନେଇ ଏସଏଣ୍ଡପି-୫୦୦ ଭଳି ଇଣ୍ଡକ୍ସେ ଧରାଶାୟୀ ହୋଇଛି । ଆମେରିକୀୟ ପୁଞ୍ଜିବଜାରର ପ୍ରଭାବ ଏସିଆର ସେୟାର ମାର୍କେଟରେ ମଧ୍ୟ ଦେଖିବାକୁ ମିଳିଛି । କାରବାର ଲାଲ୍ ଚିହ୍ନ ପାର୍ କରୁଥିବା ଦେଖିବାକୁ ମିଳିଛି । ଗତ ଦୁଇ ବର୍ଷ ମଧ୍ୟରେ ଆମେରିକା ପୁଞ୍ଜିବଜାରରେ ଏହା ସବୁଠାରୁ ବଡ଼ ହ୍ରାସ ।
ଆମେରିକା ସେୟାର ମାର୍କେଟ ଲଗାତାର ହ୍ରାସ ମାନ୍ଦାବସ୍ଥାକୁ ଡାକି ଆଣିବ ବୋଲି ଆଶଙ୍କା କରାଯାଉଛି । ଗତ କିଛି ଦିନ ହେଲା ଟେସଲା ସମେତ ବଡ଼ ବଡ଼ ଗ୍ଲୋବାଲ କାମ୍ପାନି ଗୁଡ଼ିକ ସେୟାର ହ୍ରାସ ପାଇଛି । ଦେଖିବାକୁ ଗଲେ ଟେସଲାର ସେୟାର ୧୫ ପ୍ରତିଶତ ହ୍ରାସ ପାଇଛି । ସେହିପରି ବଜାର କାରବାର ବେଳେ ଡାଓ ଜୋନ୍ସ ପୁଞ୍ଜି ୧୧ଶହ ଅଙ୍କ ପର୍ଯ୍ୟନ୍ତ ହ୍ରାସ ପାଇଛି । ମାତ୍ର କାରବାର ଶେଷ ବେଳରୁ ସମାନ୍ୟ ବୃଦ୍ଧି ପାଇଥିଲେ । ଇଣ୍ଡିକ୍ସେ ୨.୦ ୮ % ବା ୮୯୦ ଅଙ୍କ ସହିତ ୪୧,୯୧୧.୭୧ ପାଏଣ୍ଟରେ ମାର୍କେଟ୍ ବନ୍ଦ ହୋଇଥିଲା । ଡାଓ ଜୋନ୍ସଙ୍କ ଭଳି ସମାନ ଅବସ୍ଥା S&P-500 ସେୟାର ମଧ୍ୟ ହୋଇଛି । ଏହା ୧୫୫.୬୪ ଅଙ୍କର କ୍ଲୋଜ୍ ହୋଇଛି ।
ଅର୍ଥନୀତିଜ୍ଞଙ୍କ ମତ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଆଣିବାର ଅଶଙ୍କ ସୃଷ୍ଟି କରିଛି । ଏହାର ପ୍ରଭାବରେ ଆମେରିକାର ଷ୍ଟକ୍ ଏକ୍ସଚେଞ୍ଜର ନିବେଶକମାନେ ଚିନ୍ତିତ ହୋଇଛନ୍ତି । ସେୟାର ବଜାର ଭାଙ୍ଗିବା ଭୟରେ ସେୟାର ବିକ୍ରି କରିବାରେ ଲାଗିପଡ଼ିଛନ୍ତି ଏମାନେ । ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ମାନ୍ଦାବସ୍ଥା ସମ୍ପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । ମେକ୍ସିକୋ, କାନାଡା ଓ ଚୀନ ଉପରେ ଲଗାଯାଇଥିବା ଶୁଳ୍କ କାର୍ଯ୍ୟକାରୀ ହେଲେ ଆମେରିକାରେ ଅନେକ ସାମଗ୍ରୀ ମହଙ୍ଗା ହେବାର ଆଶଙ୍କା ରହିଛି । ଟ୍ରମ୍ପ ପ୍ରଶାସନର କଡ଼ା ନିଷ୍ପତ୍ତି ସାମୟିକ ଭାବେ ମାନ୍ଦାବସ୍ଥା ଡାକିଆଣିବ ବୋଲି ଆଶଙ୍କା କରାଯାଉଛି ।....