ଭୁବନେଶ୍ବର ୬।୧୧: କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲେ ଆରଡିସି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କରିଛନ୍ତି ଆରଡିସି । ବୁଧବାର ଆରଡିସି, କନ୍ଧମାଳ ଜିଲ୍ଲାପାଳ, ଦାରଙ୍ଗିବାଡି ବିଡିଓ, ତହସିଲଦାର ଏବଂ ମେଡିକାଲ ଅଫିସର ମାଣ୍ତପଙ୍କା ଗାଁରେ ପହଞ୍ଚି ମୃତକ ପରିବାରକୁ ଭେଟି ଆଲୋଚନା କରିଛନ୍ତି । କେଉଁ କାରଣରୁ ଆମ୍ବ ଟାକୁଆ ଜାଉ ଖାଇଲେ, କେତେବେଳେ ଦେହ ଖରାପ ହେଲା, କେଉଁଠିକୁ ଚିକିତ୍ସା ପାଇଁ ଯାଇଥିଲେ, ସେଠି କିଭଳି ଭାବେ ଚିକିତ୍ସା କରାଗଲା, ଏସୁବୁ ଉପରେ ତଥ୍ୟ ସଂଗ୍ରହ କରିଛନ୍ତି ଆରଡିସି ରୂପାରୋଶନ ସାହୁ । ଏପଟେ ଗାଁ ଲୋକେ ମଧ୍ୟ ଚାଉଳ ବିଳମ୍ବରେ ମିଳିବା ଏବଂ ଡାକ୍ତରଖାନାରେ ଡାକ୍ତର ନଥିବା ଯୋଗୁଁ ଏଭଳି ଅଘଟଣ ଘଟିଲା ଓ ଅକାଳରେ ୨ଟି ଜୀବନ ଚାଲିଗଲା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ।
You Can Read:
ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି, ତାଙ୍କ ଭିତରେ ଲୋକ ପ୍ରତିନିଧି ଅଛନ୍ତି : ମନମୋହନ ସାମଲ