ନୂଆଦିଲ୍ଲୀ ୦୨।୧୧: ମଡର୍ଣ୍ଣ ଦୁନିଆରେ ବଦଳୁଛି ଲୋକଙ୍କ ରହିବାଶୈଳୀ । ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅଳସୁଆ ଯୋଗୁଁ ଲୋକମାନେ ଫ୍ରିଜରେ ଖାଦ୍ୟ ରଖି ଖାଉଛନ୍ତି । ଖାସ୍ କରି କିଛି ଲୋକ ଫ୍ରିଜ୍ରେ ଅଟା ଚକଟା ରଖିଥାନ୍ତି । ପରେ ଏହାକୁ ବାହାର କରି ରୁଟି କରି ଖାଇଥାନ୍ତି । କିନ୍ତୁ ଜାଣନ୍ତି କି ଏହା ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ ?
କାମକୁ ସହଜ କରିବାକୁ ଲୋକମାନେ ଅଟାକୁ ଏକାଥରେ ଚକଟି ୧୦-୧୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତି । ପରେ ଏହାକୁ ରୁଟି ତିଆରି କରି ଖାଆନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଅଟାକୁ ଥରେ ଚକଟି ଦୀର୍ଘ ସମୟ ଧରି ଫ୍ରିଜ୍ରେ ରଖିଲେ ରାସାୟନିକ ପଦାର୍ଥ ତିଆରି ହୋଇଥାଏ । ଏଥିରେ ଖରାପ ବ୍ୟାକ୍ଟେରିଆ ବଢିଥାନ୍ତି । ଯାହା ପେଟ ପାଇଁ ହୋଇଥାନ୍ତି ବିପଦଜନକ ।
ଅନେକ ଥର ଏପରି ରୁଟି ଖାଇବା ଦ୍ୱାରା ଫୁଡ୍ପଏଜନିଂ ହୋଇଥାଏ । ମାଇକୋଟକ୍ସିନ ହେଉଛି ଏକ ପ୍ରକାର ବିଷାକ୍ତ ପଦାର୍ଥ । ଯାହା ଅନ୍ତନଳୀ ଉପରେ ପ୍ରଭାବ ପକାଇଥାଏ । ଦୀର୍ଘ ଦିନ ଧରି ଏହିପରି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଅନ୍ତନଳୀ ଫୁଲିବା କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଯାଏ । ଏହି କାରଣରୁ ଏସିଡିଟି ହେବାରେ ମଧ୍ୟ ଲାଗିଥାଏ ।
ଅଟାରୁ ନିର୍ମିତ ରୁଟି ସ୍ୱାସ୍ଥ୍ୟ ପାଇଁ ବରଦାନ । କିନ୍ତୁ ଦୀର୍ଘ ସମୟ ଧରି ରେଫ୍ରିଜରେଟରରେ ଅଟା ଚକଟା ରଖିବା ଦ୍ବାରା ରୁଟିରେ ପୋଷକ ତତ୍ତ୍ବ କମ୍ ହେବାର ଭୟ ରହିଥାଏ । ଏପରିସ୍ଥିତିରେ ଶରୀର ସଠିକ୍ ଭାବରେ ବିକାଶ ହୋଇ ପାରିନଥାଏ ।
ଗହମ ଅଟାରେ କମ୍ ଫାଇବର ରହିଥାଏ । ଏହାକୁ ରେଫ୍ରିଜରେଟରରେ ରଖିବା କାରଣରୁ ଏହା ଅଧିକ କ୍ଷତିକାରକ ହୋଇଥାଏ । ଏପରି ଖାଦ୍ୟ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ମଧ୍ୟ ହୋଇପାରେ । ଏଥିପାଇଁ ସବୁବେଳେ ସତେଜ ଅଟାରେ ରୁଟି ତିଆରି କରନ୍ତୁ ।