ମୋଦୀ ୩.୦ରେ ମଜବୁତ ହେବ ସଂପର୍କ ! ଆସନ୍ତକାଲି ଆମେରିକୀୟ NSAକୁ ଭେଟିବେ ଅଜିତ ଡୋଭାଲ

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପଦଭାର ଗ୍ରହଣ କରିବା ପରେ ଭାରତ-ଆମେରିକା ସମ୍ବନ୍ଧ ଆହୁରି ମଜବୁତ ହେବାର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା  ହେବାକୁ ଯାଉଛି। ବୈଠକରେ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା  ଅଜିତ ଡୋଭାଲ ଓ ଆମେରିକାର ଏନଏସଏ ଜେକ ସୁଲିଭନ ଯୋଗ ଦେବେ। ଜୁନ ୧୭ ଏବଂ ୧୮ ତାରିଖରେ ହେବାକୁ ଥିବା ବୈଠକରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇପାରେ।

Also read: ଦକ୍ଷିଣ ଚୀନ୍ ସାଗରରେ ଡ୍ରାଗନର ଦବଦବା; ନୂଆ ମେରିଟାଇମ୍ ଆଇନ ଆଣିଲା ଚୀନ୍

ମୋଦୀ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁସାରେ, ଆଇସିଇଟିର ମୁଖ୍ୟ ବୈଠକ ଆସନ୍ତାକାଲି ହେବ। ଏହି ବୈଠକରେ ୨୦୨୩ ଜାନୁଆରୀ ୩୧ ତାରିଖରେ ଓ୍ଵାଶିଂଟନରେ  ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କରାଯିବ। ଏହି ପ୍ରସଙ୍ଗରେ ତେଜସ ମାର୍କ II ଲଢୁଆ ବିମାନ ପାଇଁ ଜିଇ-୪୧୪ ଜେଟ୍ ଇଞ୍ଜିନର ବୈଷେୟିକ ହସ୍ତାନ୍ତର ପ୍ରସଙ୍ଗ ସାମିଲ। 

ଅନେକ ପାଶ୍ଚାତ୍ୟ ଦେଶ ଏବଂ ଚାଇନା ଗଣମାଧ୍ୟମ ଆମେରିକାର ପ୍ରତିବଦ୍ଧିତ ଖଲିସ୍ତାନୀ ଆତଙ୍କବାଦୀ ଜିଏସ ପନ୍ନୁଙ୍କ ହତ୍ୟା ଉଦ୍ୟମରେ ଭାରତର ଭୂମିକା ନେଇ ଭାରତ ଓ ଆମେରିକା ସଂପର୍କକୁ ମଳିନ କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ନିକଟରେ ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଯେଉଁଭଳି ମିଶିଲେ ସେଥିରେ ଅପପ୍ରଚାରକାରୀଙ୍କ ହୀନ ଉଦ୍ୟମ ବିଫଳ ହୋଇଛି। ଏହି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା  ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.