ଆହାର କେନ୍ଦ୍ରରେ ଧାଡ଼ିରେ ଠିଆ ହେଲେ, ସାଧାରଣ ଲୋକଙ୍କ ସହ ଭୋଜନ କଲେ ରାଜସ୍ବ ମନ୍ତ୍ରୀ

Published By : Prameya-News7 Bureau | October 03, 2024 IST

ସମ୍ବଲପୁର ୩।୧୦: ସମ୍ବଲପୁରରେ ଆହାର କେନ୍ଦ୍ରରେ ଖାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଜେଲ୍ ଛକ ନିକଟରେ ଥିବା ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଆହାର ଭୋଜନ କରିଛନ୍ତି । ପ୍ରଥମେ ସାଧାରଣ ମଣିଷ ପରି ଲାଇନରେ ଛିଡା ହେବା ପରେ ସେ ଆହାର ଖାଇ ମାନ ପରୀକ୍ଷା କରିଛନ୍ତି । ନିଜ ଟିକେଟ କାଉଣ୍ଟର ଯାଇ ଟିକେଟ୍ ନେଇଥିଲେ ଓ ଟିକେଟ୍ ଦେଇ ଆହାର ଆଣି ଖାଇଥିଲେ । ଏହି ସମୟରେ ସେଠାରେ ଖାଦ୍ୟ ଖାଉଥିବା ଅନ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ପରେ ଆହର କେନ୍ଦ୍ରର କର୍ମଚାରୀଙ୍କୁ ମଧ୍ୟ ଆହାର ବଣ୍ଟନ ଓ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି ।


You Can Read:

ଅଚାନକ ଚାଉଳ ମିଲ୍ ପରିଦର୍ଶନ କଲେ ଯୋଗାଣ ମନ୍ତ୍ରୀ : ରାସନ ଚାଉଳ ବସ୍ତା ଓଜନ କରାଇ ପରଖିଲେ ମାନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.