ମୁମ୍ୱାଇ ୧୭/୦୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁବାଇରେ ଟିମ୍ ଇଣ୍ଡିଆ । ୧୫ ଫେବୃୟାରୀରେ ଟିମ୍ ଇଣ୍ଡିଆ ଦୁବାଇ ଗସ୍ତ କରିଛି । ଖେଳାଳି ଏବଂ ସପୋର୍ଟ ଷ୍ଟାଫ ସଦସ୍ୟ ବି ଦୁବାଇରେ ପହଞ୍ଚିସାରିଛନ୍ତି । ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟିମ୍ ଇଣ୍ଡିଆର ଗୋଟିଏ ଭିଡିଓ ସେୟାର କରିଛି ଏୟାର ପୋର୍ଟର । ଯେଉଁଥିରେ କ୍ରିକେଟର ମାନେ ଖୁସିର ମୁହୂର୍ତ୍ତକୁ ଏନଜୟ କରିଛନ୍ତି ।
ଖାସ୍ କରି ଭିଡିଓରେ କ୍ୟାପଟେନ୍ ରୋହିତ ଶର୍ମା ହସୁଥିବାର ନଜର ଆସିଛନ୍ତି । ତେବେ ତାଙ୍କୁ ହସାଉଛନ୍ତି ଓ୍ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ । ହେଲେ ଏହି ହସିବା ପଛର କାରଣ କଣ ଜାଣିଛନ୍ତି କି? କାରଣ ହେଉଛି ପନ୍ତ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଭାଗ୍ୟରେ କଣ ଅଛି ସେ ବିଷୟରେ କହୁଛନ୍ତି ।
📍 Touchdown Dubai! 🛬#TeamIndia have arrived for #ChampionsTrophy 🏆 2025 😎 pic.twitter.com/obWYScvOmw
— BCCI (@BCCI) February 15, 2025
ସୂଚନା ଥାଉକି, ଦୁବାଇ ଯିବା ପୂର୍ବରୁ ସବୁ ଖେଳାଳି ଏୟାରପୋର୍ଟରେ ଥିଲେ । ଏହି ସମୟରେ ପନ୍ତ ପେପର ପଢୁଥିଲେ । ହଠାତ୍ ପେପର ପଢୁ ନଜର ପଡିଥିଲା ରାଶିଫଳ ଉପରେ । ପନ୍ତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ରାଶିଫଳ କହିଥିଲେ । ଭିଡିଓଟିରେ ପନ୍ତ ପଢୁଥିବା ବେଳେ ଅକ୍ଷର ପଟେଲ, ଅର୍ଶଦୀପ ସିଂହଙ୍କ ଜନ୍ମ ତାରିଖ ପଚାରୁଛନ୍ତି । ପ୍ରଥମେ ପନ୍ତ ଏବଂ ରୋହିତ ଇଂରାଜୀ ଖବରକାଗଜରେ ରାଶିଫଳ ପଢିଥିଲେ । ମୁମ୍ୱାଇ ଏୟାରପୋର୍ଟ ଦୁଇଜଣ ଏମିତି କରିଥିଲେ ।
ଏହାପରେ ପନ୍ତ, ଅକ୍ଷର, ଅର୍ଶୀଦୀପ ଏବଂ ହର୍ଷିତଙ୍କ ଏୟାରପୋର୍ଟ ଲାଉଞ୍ଜରେ ବସିଥିଲେ । ପନ୍ତ ଏହାରି ଭିତରେ ପାଣ୍ଡ୍ୟାଙ୍କୁ ବି ତାଙ୍କର ଜନ୍ମତାରିଖ ପଚାରିଥିଲେ । ଆଉ ତାଙ୍କ ରାଶିଫଳରେ ଲେଖାଥିଲା କି, ନିଜ ଶକ୍ତିର ସବୁଠୁ ଭଲ ଉପଯୋଗ ହେବ କି ନିଜକୁ ଭଲ କାମରେ ନିୟୋଜିତ ରଖ ।
ଏହାସହ ଅନ୍ୟମାନଙ୍କୁ ସାହାଯ୍ୟ କର, ତୁମକୁ ଫାଇଦା ମିଳିବ । ପରେ ପନ୍ତ ଭାରତୀୟ ଟିମ୍ ସବୁ ଖେଳାଳି ବସ୍ରେ ମୁମ୍ୱାଇ ଏୟାରପୋର୍ଟ ପହଞ୍ଚିଥିଲେ ଆଉ ଦୁବାଇ ଗସ୍ତ କରିଥିଲେ । କହିବାକୁ ଗଲେ ୨୦ ଫେବୃୟାରୀରୁ ଆରମ୍ଭ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।