ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଉଦଳା-ବାଲେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | September 13, 2024 IST

ଉଦଳା ୧୩।୯: ଲଗାଣ ବର୍ଷାରେ ଧୋଇଗଲା ପୋଲ ରାସ୍ତା । ଉଦଳା-ବାଲେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଶିମିଳିପାଳ ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିବା କାରଣରୁ ବଢିଲା ଦେଓ ନଦୀର ଜଳସ୍ତର। ଦେଓ ନଦୀର ଜଳସ୍ତର ବୃଦ୍ଧି ହେବା କାରଣରୁ ଉଦଳା-ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଜାମୁଘାଟ ପୋଲ ଧୋଇଯାଇଛି। ଜାମୁଘାଟ ପୋଲର ଦୁଇ ପାଖ ରାସ୍ତା ଧୋଇ ଯାଇଥିବା ବେଳେ ଉଦଳା-ବାଲେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ରାସ୍ତା ଧୋଇଯିବା ଫଳରେ ଦୁଇ ପାର୍ଶ୍ଵରେ ପ୍ରାୟ ୩ ଫୁଟ ଲେଖାଏଁ ଖାଲୁଆ ସ୍ଥାନ ସୃଷ୍ଟି ହୋଇଛି, ଏହାସହିତ ପୋଲର କିଛି ଅଂଶ ଦବି ଯାଇଛି । ଯାହା ଫଳରେ ଉଦଳାରୁ ଗୋପବନ୍ଧୁନଗର ବ୍ଲକର ୬ ଗୋଟି ପଞ୍ଚାୟତ ସମେତ ବାଲେଶ୍ୱର ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ତଥାପି କିଛି ଲୋକ ଦବିଥିବା ଏହି ପୋଲ ଉପରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।

You Can Read:

୧୮ରେ ରତ୍ନଭଣ୍ଡାର ଯାଞ୍ଚ କରିବ ASI, ବ୍ୟାଘାତ ହେବନି ନୀତିକାନ୍ତି ଓ ସେବାପୂଜା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.