‘ମୁସଲମାନ ନିଜକୁ ଦୁର୍ବଳ ଅନୁଭବ କରୁଛନ୍ତି...ପିଏମ୍ ମୋଦୀଙ୍କୁ ସନ୍ଦେଶ’: ପହଲଗାମ ଆକ୍ରମଣ ଉପରେ ରବର୍ଟ ଭଦ୍ରାଙ୍କ ବୟାନ

Published By : Prameya-News7 Bureau | April 23, 2025 IST

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଉପରେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରେ ହିନ୍ଦୁ-ମୁସଲିମ୍ ଚାଲିଛି, ଏଥିପାଇଁ ମୁସଲମାନ ଅସୁରକ୍ଷିତ ମଣୁଛନ୍ତି ଓ ଏହି କାରଣରୁ ପରିଚୟ ପଚାରି ଆତଙ୍କବାଦୀ ହତ୍ୟା କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ମଧ୍ୟ ସନ୍ଦେଶ ଯେ ଦେଶର ମୁସଲମାନ ଓ ସଂଖ୍ୟାଲଘୁ ଦୁର୍ବଳ ଅନୁଭବ କରୁଛନ୍ତି । 

ରବର୍ଟ ଭଦ୍ରା ମଙ୍ଗଳବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରଥମେ ଦୁଃଖ ପ୍ରକାଶ କରିଛନ୍ତି । ଏଏନଆଇକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, 'ମୁଁ ଗଭୀର ମର୍ମାହତ ଅଛି ଓ ଏହି ଆତଙ୍କବାଦୀ ଆକ୍ରମଣରେ ମୃତ ଲୋକଙ୍କ ପାଇଁ ମୋର ଗଭୀର ସମବେଦନା ରହିଛି ।' ଭଦ୍ରା ଦେଶର ମାହୋଲ ଉପରେ ବି ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ସରକାର ଅଧିକାଂଶ ସମୟରେ ହିନ୍ଦୁତ୍ୱର କଥା କହୁଛନ୍ତି । ଯେଉଁଥି ପାଇଁ ସଂଖ୍ୟାଲଘୁ ଅସୁରକ୍ଷିତ ଓ ଚିନ୍ତିତ ଅନୁଭବ କରୁଛନ୍ତି । 

ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ପହଲଗାମ୍ ଆତଙ୍କୀ ଆକ୍ରମଣ ପଛର କାରଣ ଉପରେ ନିଜ ମତ ବି ଦେଇଛନ୍ତି । ଭଦ୍ରା କହିଛନ୍ତି ଯେ ଯଦି ଆତଙ୍କୀ ଆକ୍ରମଣର ବିଶ୍ଲେଷଣ କରିବା ତେବେ ବୁଝିପାରିବା ଯେ ଯଦି ସେମାନେ (ଆତଙ୍କୀ) ଲୋକଙ୍କ ପରଚିୟ ଦେଖି ହତ୍ୟା କରୁଛନ୍ତି, ତେବେ ଏପରି କାହିଁକି କରୁଛନ୍ତି ? ଏହା ଏଥିପାଇଁ କାରଣ ଆମ ଦେଶରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନର ରେଖା ଟଣାଯାଇଛି ।

ଭଦ୍ରା ଆହୁରି କହିଛନ୍ତି, 'ଏହାକୁ ନେଇ ଆତଙ୍କୀ ସଂଗଠନ ଅନୁଭବ କରୁଥାଇପାରନ୍ତି ଯେ ମୁସଲମାନଙ୍କ ପାଇଁ ହିନ୍ଦୁ ଅସୁବିଧା ସୃଷ୍ଟି କରୁଛନ୍ତି । ପରିଚୟ ଦେଖିବା ଓ ପରେ ହତ୍ୟା କରିବା, ଏହା ପିଏମ୍ ମୋଦୀଙ୍କ ପାଇଁ ଏକ ସନ୍ଦେଶ ଯେ ଦେଶର ମୁସଲମାନ ଓ ସଂଖ୍ୟାଲଘୁ ଦୁର୍ବଳ ଅନୁଭବ କରୁଛନ୍ତି ।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.