ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦକୁ ନିଶିକାନ୍ତ ଦୁବେଙ୍କ ପ୍ରଶଂସା, କହିଲେ ଏଇଟା ହିଁ ୫୬ ଇଞ୍ଚ୍ ଛାତିର ସାହସ

Published By : Prameya-News7 Bureau | April 23, 2025 IST

indiatoday

ନୂଆଦିଲ୍ଲୀ: ପାହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ପାକିସ୍ତାନ ବିରୋଧରେ ୫ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତୀୟ ଦୂତାବାସ ବନ୍ଦ କରିବା ସହିତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରିଛି। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ମୋଦୀ ସରକାରଙ୍କର ନିଷ୍ପତ୍ତି ପରେ ଦୁବେ କହିଛନ୍ତି ପାକିସ୍ତାନ ପାଣି ନପାଇ ମରିବ। ଏହା ହିଁ ୫୬ ଇଞ୍ଚ୍‌ ଛାତ୍ରି ଥିବା ବ୍ୟକ୍ତିର ନିଷ୍ପତ୍ତି ବୋଲି ଦୁବେ କହିଛନ୍ତି। 

ଦୁବେ ଏନେଇ ଟ୍ୱିଟ୍ କରି କହିଛନ୍ତି “ ସାପକୁ ପାଣି ଦେବା ଭଳି ଏହି ଚୁକ୍ତି କରିଥିବା ନାୟକ ହେଲେ ନେହରୁ ଜୀ। ଯିଏ ୧୯୬୦ ମସିହାରେ ନୋବେଲ ପୁରସ୍କାର ପାଇବା ପାଇଁ ଭାରତୀୟମାନଙ୍କୁ ସିନ୍ଧୁ, ରବି, ବ୍ୟାସ, ଚେନାବ ଏବଂ ସତଲେଜର ପାଣି ଦେଇ ସେମାନଙ୍କର ରକ୍ତ ବୁହାଇଥିଲେ।” 

ସାପକୁ ପାଣି ଦେବା ଚୁକ୍ତିର ନାୟକ ନେହେରୁ ଜୀ, ଯିଏ ୧୯୬୦ ମସିହାରେ ନୋବେଲ ପୁରସ୍କାର ପାଇବା ପାଇଁ ଭାରତୀୟମାନଙ୍କର ରକ୍ତ ବୁହାଇ ସୋନଙ୍କୁ ସିନ୍ଧୁ, ରବି, ବ୍ୟାସ, ଚେନାବ ଏବଂ ସତଲେଜର ପାଣି ଦେଇଥିଲେ। ଆଜି, ମୋଦି ଜୀ ଖାଦ୍ୟ ଏବଂ ପାଣି ବନ୍ଦ କରିଦେଇଛନ୍ତି। ପାଣି ବିନା ପାକିସ୍ତାନୀମାନେ ମରିଯିବେ। ଏହା ହେଉଛି ୫୬ ଇଞ୍ଚର ଛାତି। ହୁକା, ପାଣି, ଖାଦ୍ୟ ଏବଂ ପାଣି ବନ୍ଦ ହୋଇଯିବ। ଆମେ ବିଜେପି କର୍ମୀ। ଆମେ ସେମାନଙ୍କୁ ନିର୍ଯାତନା ଦେବା ପରେ ହତ୍ୟା କରିବୁ।

ସିନ୍ଧୁ ଜଳ ଚୁକ୍ତିନାମା ୧୯ ସେପ୍ଟେମ୍ବର ୧୯୬୦ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ତତ୍କାଳୀନ ପାକିସ୍ତାନୀ ରାଷ୍ଟ୍ରପତି ଆୟୁବ ଖାନଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ଉତ୍ତେଜନାର ପୃଷ୍ଠଭୂମିରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତିନାମାକୁ ବିଶ୍ୱର ସବୁଠାରୁ ସଫଳ ଜଳ ବଣ୍ଟନ ଚୁକ୍ତିନାମା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଇଥିଲା।

ପାକିସ୍ତାନ ବିରୋଧରେ ଭାରତ ନେଇଥିବା ୫ ବଡ ନିଷ୍ପତ୍ତି

୧- ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ତତ୍କାଳ ପ୍ରଭାବରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବିରୋଧରେ ବିଶ୍ଵସନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି ସେ ପର୍ଯ୍ୟନ୍ତ ଏହି ରୋକ୍ ଜାରି ରହିବ।

୨- ଭାରତ ଓ ପାକିସ୍ତାନ ମଧ୍ୟରେ ଯାତାୟତର ମୁଖ୍ୟ ଦ୍ଵାର ଅଟାରୀ-ଓ୍ଵାଘା ବର୍ଡରକୁ ତତ୍କାଳ ପ୍ରଭାବରୁ ବନ୍ଦ କରାଯାଇଛି। ଯେଉଁ ଲୋକେ ବୈଧ୍ୟ ଭିସା ଜରିଆରେ ପାକିସ୍ତାନ ଯାଇଛନ୍ତି, ସେମାନେ ୨୦୨୫ ମେ ୧ ତାରିଖ ପୂର୍ବରୁ ସେହି ମାର୍ଗ ଦେଇ ଭାରତ ଆସି ପାରିବେ।

୩- ସାର୍କ ଭିସା ଯୋଜନା ଜରିଆରେ ଏବେ ଆଉ ପାକିସ୍ତାନୀ ନାଗରିକଙ୍କୁ ଭାରତ ଯାତ୍ରା ଅନୁମତି ମିଳିବ ନାହିଁ। ପୂର୍ବରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି ହୋଇଥିବା ସବୁ ପ୍ରକାରର ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏସଭିଇଏସ ଭିସା ଆଧାରରେ ଭାରତରେ ଥିବା କୌଣସି ବି ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

୪- ନୂଆଦିଲ୍ଲୀରେ ପାକିସ୍ତାନୀ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ଭିତରେ ଭାରତ ଛାଡ଼ିବେ। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ତୁରନ୍ତ ପାକିସ୍ତାନ ଛାଡ଼ିବେ। 

୫- ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏସବୁ ଜରିଆରେ ପାକିସ୍ତାନକୁ ଅତି କଠୋର ବାର୍ତ୍ତା ଦେଇଛି ଭାରତ। ହିଂସା, ଆତଙ୍କବାଦ ଥିବା ପର୍ଯ୍ୟନ୍ତ ଶାନ୍ତି ଅସମ୍ଭବ। ଭାରତ ଶାନ୍ତି ଓ ସୁସମ୍ପର୍କରେ ବିଶ୍ଵାସ କରେ। ନରସଂହାର ଓ ରକ୍ତପାତରେ ନୁହେଁ। ଜମ୍ମୁ-କାଶ୍ମୀର ଆତଙ୍କବାଦୀଙ୍କ ଧର୍ମକୁ ନେଇ ହତ୍ୟା, ନୀରିହ ପର୍ଯ୍ୟଟକଙ୍କ ନରସଂହାର, କୌଣସି ବି ହାଲତରେ ବି କ୍ଷମଣୀୟ ନୁହେଁ। ମୋଟାମୋଟି ପାକିସ୍ତାନକୁ ଚେତାବନୀ ସୁଧରି ଯାଅ, ନଚେତ୍ ଶେଷ ପରିଣତି ଭୋଗିବାକୁ ହେବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.