ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆରେ ମତଭେଦ; ଇସ୍ତଫା ଦେଇପାରନ୍ତି ହେଡ୍ କୋଚ୍ !

Published By : Prameya-News7 Bureau | January 17, 2025 IST

ମୁମ୍ବାଇ: ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଆଉ ମାତ୍ର ୪ ସପ୍ତାହ ବାକି ।  ଫେବ୍ରୁଆରୀ ୨୯ ତାରଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ । ଫେବ୍ରୁଆରୀ ୨୦ରେ ଟିମ୍  ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିରୋଧରେ ଖେଳିବ । ହେଲେ ଗୁରୁତ୍ୱପୂର୍ଣ୍ଣ ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ଦଳରେ ଅସ୍ଥିରତା ଦେଖା ଦେଇଛି । ଅଧିନାୟକ ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଖବର ସାମ୍ନାକୁ ଆସିଛି । ହେଡ୍ କୋଚଙ୍କ କଠୋର ମନୋଭାବ ଖେଳାଳିଙ୍କୁ ନାପସନ୍ଦ ଜଣାପଡ଼ିଛି । ଗୌତମ ଗମ୍ଭୀର ଇସ୍ତଫା ଦେବା ନେଇ ମଧ୍ୟ ଜାତୀୟ ଗଣମାଧ୍ୟମରେ ବଜୁଛି ।  ୮ ବର୍ଷ ପୂର୍ବେ ଚାମ୍ପିଅନ୍ସ ଟ୍ରଫି ସମୟରେ ଭାରତୀୟ ଦଳ ପୂର୍ବତନ ମୁଖ୍ୟ ପ୍ରଶିକ୍ଷକଙ୍କ ସହିତ ଏପରି ମଧ୍ୟ ହୋଇଥିଲା ।

ଗୌତମ ଗମ୍ଭୀରଙ୍କ ସାମ୍ନାରେ ଖେଳାଳିଙ୍କ ଖରାପ ପ୍ରଦର୍ଶନ ଅପେକ୍ଷା ଦଳରେ ବିଦ୍ରୋହ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅନେକ ଖେଳାଳି ତାଙ୍କର କାମ କରିବାର ଶୈଳୀକୁ ପସନ୍ଦ କରୁନାହାନ୍ତି । ଅଷ୍ଟ୍ରେଲିଆ ଗସ୍ତ ସମୟରେ ହେଡ୍ କୋଚ୍ ଏବଂ ଅଧିନାୟକଙ୍କ ମଧ୍ୟରେ ମଧ୍ୟ ମତଭେଦ ଖବର ଆସିଥିଲା। କେବଳ ଏତିକି ନୁହେଁ, ବିସିସିଆଇ ସହିତ ଆଲୋଚନା କରି ଖେଳାଳିଙ୍କ ପାଇଁ କଠୋର  ନିୟମ ଲାଗୁ କରିବାକୁ ଯାଉଛନ୍ତି । ତେବେ ମୁଖ୍ୟ ପ୍ରଶିକ୍ଷକଙ୍କ ଏଭଳି କଠୋର ମନୋଭାବ ଚାମ୍ପିଅନ୍ସ ଟ୍ରଫି ପାଇଁ ଘାତକ ହୋଇପାରେ ବୋଲି କୁହାଯାଉଛି । ତେଣୁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇପାରେ ବୋଲି କୁହାଯାଉଛି । 

୮ ବର୍ଷ ପୂର୍ବରୁ ଟିମ୍ ଇଣ୍ଡିଆରେ ଏଭଳି ସ୍ଥିତି ପୂର୍ବରୁ ଦେଖିବାକୁ ମିଳିଥିଲା । ୨୦୧୭ରେ, ଅନିଲ୍ କୁମ୍ବଲେଙ୍କୁ ତାଙ୍କର କଠୋର ମନୋଭାବ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ପରେ ଇସ୍ତଫା ଦେବାକୁ ପଡିଥିଲା। ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଲା । ଭାରତୀୟ ଦଳର ଅଭିଜ୍ଞ ସ୍ପିନର ଅନିଲ କୁମ୍ବଲେ ଜୁନ୍ ୨୦୧୬ରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ନିଯୁକ୍ତିକୁ କ୍ରିକେଟ୍ ପରାମର୍ଶଦାତା କମିଟିର ସଦସ୍ୟ ଥିବା ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର ଏବଂ ଭିଭିଏସ ଲକ୍ଷ୍ମଣଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିମାନେ ସବୁଜ ସଙ୍କେତ ଦେଇଥିଲେ। ମାତ୍ର କୁମ୍ବଲେ ଏବଂ ସେତେବେଳର ଅଧିନାୟକ ବିରାଟ୍ କୋହଲିଙ୍କ ମତଭେଦ ସୃଷ୍ଟି ହୋଇଥିଲା । ଚାମ୍ପିଅନ୍ସ ଟ୍ରଫି ପରେ ପ୍ରଶିକ୍ଷକ ପଦରୁ ଓହରି ଯାଇଥିଲେ ଅନିଲ୍ କୁମ୍ବଲେ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.