ସମାଜବାଦୀ ପାର୍ଟି ସାଂସଦଙ୍କ ସହ ରିଙ୍କୁ ସିଂହଙ୍କ ହେଲା ନିର୍ବନ୍ଧ ? ସୋସିଆଲ୍ ମିଡିଆରେ ପୋଷ୍ଟ ଭାଇରାଲ୍

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଯୁବ ଷ୍ଟାର୍ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଛି । ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁଙ୍କ ନିର୍ବନ୍ଧ ସରିଥିବା ମିଡିଆ ରିପୋର୍ଟରେ ଦାବି କରାଯାଉଛି । ଖୁବଶୀଘ୍ର ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜ ବିବାହ ବନ୍ଧନରେ ବାନ୍ଧି ହେବେ । aajtak.inର ରିପୋର୍ଟ ଅନୁସାରେ ରିଙ୍କୁ ସିଂହଙ୍କ କୋଚ୍ ମସୂଦ ଜଫର ଅମିନି ରିଙ୍କୁଙ୍କ ନିର୍ବନ୍ଧ କଥାକୁ ସ୍ପଷ୍ଟ କରିଛନ୍ତି । ସୋସିଆଲ୍ ମିଡିଆରେ ମଧ୍ୟରେ ରୁଙ୍କୁ ସିଂହଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଉଭୟଙ୍କ ପରିବାର ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଭାବେ ଏନେଇ କୌଣସି ଘୋଷଣା ହୋଇ ନାହିଁ । 

ରିପୋର୍ଟ ଅନୁସାରେ ମସୂଦ ଜଫର୍ ଅମିନି କହିଛନ୍ତି ଯେ ଗତକାଲି (ଜାନୁଆରୀ ୧୬)ରେ ପ୍ରିୟା ସରୋଜଙ୍କ ବାପା ତୁଫାନୀ ସରୋଜ ଅଲିଗଡ଼ ଆସିଥିଲେ । ଅଲିଗଡ଼ ଓଜୋନ ସିଟିରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ପରିବାର ଲୋକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଉତ୍ତର ପ୍ରଦେଶ ଟିମର କ୍ୟାମ୍ପ ବର୍ତ୍ତମାନ ଲକ୍ଷ୍ନୌ ଚାଲିଛି । ୟୁପି ଟିମ୍‌ର ଜଣେ ଖେଳାଳି ନାଁ ଗୋପନ ରଖିବା ସର୍ତ୍ତରେ ଦୁହିଁଙ୍କ ନିର୍ବନ୍ଧ ହୋଇ ସାରିଥିବା ସୂଚନା ଦେଇଥିବା aajtak.inର ରିପୋର୍ଟରେ କୁହାଯାଇଛି ।

୨୬ ବର୍ଷୀୟ ପ୍ରିୟା ସରୋଜ ୨୦୨୪ ଲୋକସଭା ନିର୍ବାଚନରେ ମଛଲୀସହର ଆସନରୁ ସମାଜବାଦୀ ପାର୍ଟି ଟିକଟରେ ବିଜୀୟ ହୋଇଥିଲେ । ପ୍ରିୟା ସରୋଜଙ୍କ ଜନ୍ମ ୧୯୯୮ ନଭେମ୍ୱର ୨୩ରେ ବାରାଣସୀରେ ହୋଇଥିଲା । ପ୍ରିୟା ନିଜ ସ୍କୁଲ ଶିକ୍ଷା ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ଗୋଲ୍ଡେନ ଜୁବଲୀ ଇଷ୍ଟିଟ୍ୟୁଟ୍‌ରୁ ଶେଷ କରିଥିଲେ । ଏହାପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ । ପରେ ସେ ନୋଏଡାରୁ ଏମିଟି ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିଲେ । ପ୍ରିୟା ସରୋଜଙ୍କ ବାପା ତୁଫାନୀ ସରୋଜ ତିନି ଥରର ଲୋକସଭା ସାଂସଦ । ତୁଫାନୀ ସରୋଜ ବର୍ତ୍ତମାନ କେରାକତ୍ ଆସନରୁ ସମାଜବାଦୀ ପାର୍ଟିର ବିଧାୟକ ଅଛନ୍ତି ।

ଅନ୍ୟପଟେ ଭାରତୀୟ ଟିମ୍‌ର ଷ୍ଟାର୍ କ୍ରିକେଟର ରିଙ୍କୁ ସିଂହ ଟିମ୍ ଇଣ୍ଡିଆ ପାଇଁ ୨ଟି ଦିନିକିଆ ଏବଂ ୩୨ଟି ଟି-୨୦ ମୁକାବିଲା ଖେଳିଛନ୍ତି । ଟି-୨୦ ଇଣ୍ଟରନ୍ୟାସନାଲରେ ରିଙ୍କୁ ସିଂହ ୪୬.୦୯ ହାରରେ ୫୦୭ ରନ୍ କରି କରିଛନ୍ତି । ମୋଟ ଉପରେ ରିଙ୍କୁ ସିଂହ ୫୦ ପ୍ରଥମ ଶ୍ରେଣୀ, ଲିଷ୍ଟ ଏ'ରେ ୬୨ ଏବଂ ଟି-୨୦ରେ ୧୫୦ ମ୍ୟାଚ୍ ଖେଳିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.