ସରି ସରି ଆସୁଛି ରୋହିତ୍ ଯୁଗ, ଆଉ ଦେଖିବାକୁ ମିଳିବନି ହିଟ୍‌ମ୍ୟାନ୍‌ଙ୍କ ଶତକୀୟ ପାଳି!

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ ୦୭/୦୨: ଚାଲିଛି ଇଂଲଣ୍ଡ ବିପକ୍ଷ ସିରିଜ୍ । ସିରିଜ ପଛରେ ରହିଛି ଅନେକ କାରଣ । ଖାସ୍ କରି ଫୋକସରେ ଚାମ୍ପିଅନ୍ସ ଟ୍ରଫି । ଖେଳାଳିଙ୍କ ଫର୍ମକୁ ମିଳିବ ପ୍ରବଳ ସୁଯୋଗ । ଆହୁରି ବି କିଛି ଖେଳାଳିଙ୍କ ନାଁରେ ଯୋଡି ହେବ ଅନୋଖା ରେକର୍ଡ । ତେବେ କ୍ୟାପଟେନ୍ ରୋହିତଙ୍କ ପାଇଁ ଏହି ସିରିଜ୍ ବେଶ୍ ଖାସ୍ । କାରଣ ଶୁଣିବାକୁ ମିଳିୁଛି ରୋହିତ ଶର୍ମାଙ୍କ ଏହା ହୋଇପାରେ ଶେଷ ସିରିଜ୍ । 

ନିଜ କ୍ୟାରିୟରର ଶେଷ ସିରିଡ ଖେଳିପାରନ୍ତି ରୋ-ହିଟ୍ ଶର୍ମା । ବିସିସିଆଇ ବି ଦେିଦେଲାଣି ସଂକେତ । ତଥାପି ଏ ପ୍ରସଙ୍ଗରେ ମୁହଁ ଖୋଲୁନାହାଁନ୍ତି ହିଟ୍‌ମ୍ୟାନ୍ । ନାଗପୁର ଦିନିକିଆ ପୂର୍ବରୁ ଏଡାଇ ଯାଇଥିଲେ ପ୍ରସଙ୍ଗ । ଗଣମାଧ୍ୟମ ଆଗରେ କିଛି କହିବାକୁ ମନା କରିଥିଲେ ସେ । କିନ୍ତୁ ରିପୋର୍ଟ କହୁଛି ବହୁତ କିଛି । ଖାସ୍ କରି ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର । 

ସରି ସରି ଆସୁଛି ରୋହିତ୍ ଯୁଗ୍ ! ଆଉ ଦେଖିବାକୁ ମିଳିବନି ହିଟ୍‌ମ୍ୟାନ୍‌ଙ୍କ ଶତକୀୟ ପାଳି! ଶର୍ମା ଜୀଙ୍କ କ୍ୟାରିୟର ହେବ ଦ ଏଣ୍ଡ୍! ଆଇସିସି ଚାମ୍ପି୍ଅନ୍ସ ଟ୍ରଫି ହୋଇପାରେ ହିଟ୍‌ମ୍ୟାନ୍‌ଙ୍କ ଶେଷ ଟ୍ରଫି! ଖେଳିପାରନ୍ତି କ୍ୟାରିୟରର ଶେଷ ମ୍ୟାଚ୍ । ଷ୍ଟାଡିୟମରେ ଦେଖିବାକୁ ମିଳିବ ଐତିହାସିକ ମୁହୂର୍ତ୍ତ । ମୁଖସାକ୍ଷୀ ରହିବେ ୧ ଲକ୍ଷ ୩୨ ହଜାରରୁ ଅଧିକ ଫ୍ୟାନ୍ସ । ଅଧିନାୟକ ଓ ଖେଳାଳି ଭାବେ ଶେଷ ହୋଇପାରେ କ୍ୟାରିୟର । ବିସିସିଆଇ ବି ଚାହୁଁଛି ଅବସର ନିଅନ୍ତୁ ରୋହିତ । ଖୋଲାଖୋଲି କହିଛି ଚାମ୍ପିଅନ୍ସ ଟ୍ରଫି ଭବିଷ୍ୟତ ଯୋଜନା କରିବା ଉଚିତ ରୋହିତ୍। କାରଣ ମ୍ୟାନେଜମେଣ୍ଟ ତାଙ୍କଠାରୁ ଚାହୁଁଛି ଅଲଗା କିଛି । 


ଚାମ୍ପିଅନ୍ସ ଟ୍ରଫି ପରେ, ୨୦୨୭ ODI ବିଶ୍ୱକପ୍ ପ୍ରସ୍ତୁତି କରିବ ଟିମ୍ ଇଣ୍ଡିଆ । ଖାସ୍ କରି ରୋହିତଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ମୁଡ୍‌ରେ ବିସିସିଆଇ । ଯେଉଁମାନେ ନିଜ ପାଳିକୁ ଅପେକ୍ଷା କରିଛନ୍ତି ବା ଏପର୍ଯ୍ୟନ୍ତ ଯେଉଁମାନେ ପାଇନାହାଁନ୍ତି ସଂପୂର୍ଣ୍ଣ ସୁଯୋଗ । ଏମିତିକି ରୋହିତ ଶର୍ମାଙ୍କ ବୟସ ଏବଂ ଫିଟନେସ୍ ବି ଗୋଟିଏ ଫ୍ୟାକ୍ଟର । 

୨୦୨୭ ବିଶ୍ୱକପ୍ ବେଳକୁ ରୋହିତଙ୍କ ହୋଇଯାଇଥିବ ଅଧିକ ବୟସ । କେବଳ ବୟସ ନୁହେଁ ଫର୍ମ ବି ନଥିବ । ରୋହିତ ପରେ ଯଶସ୍ୱୀ ଜୟସୱାଲ, ଅଭିଷେକ ଶର୍ମାଙ୍କ ଭଳି ବିସ୍ଫୋରକ ଖେଳାଳି ଖେଳ ଦେଖାଇବାକୁ ତୟାର । ସେହିଭଳି ପଛକୁ ଅଛନ୍ତି ସାମସନ୍ । ଯିଏକି ODI ଫର୍ମାଟରେ ଦେଖାଇପାରିନାହାଁନ୍ତି କିଛି କରିସ୍ମା । 

also read....

ଭାରତକୁ ବିଜୟ ଦେଇଥିବା IAS କିଏ ? ନାଗପୁରରେ ମାତ୍ ଖାଇଲା ଭ୍ରମଣକାରୀ ଇଂଲିଶ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.