ପାକିସ୍ତାନ ଯିବେ ଭାରତର ବୈଦେଶିକ ମନ୍ତ୍ରୀ, SCO ବୈଠକରେ ଯୋଗଦେବେ

Published By : Prameya-News7 Bureau | October 04, 2024 IST

News7

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ରଣନୈତିକ କ୍ଷେତ୍ରରେ ଛକାପଞ୍ଝା ଲାଗିରହିଛି। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏଠାରେ ସେ ଏସସିଓ (ସାଂଘାଇ ସହଯୋଗ ସଂଗଠନ) ବୈଠକରେ ଯୋଗଦେବେ। 

୧୫-୧୬ ଅକ୍ଟୋବରରେ ଇସଲାମାବାଦରେ ଏହି ସଭା ଅନୁଷ୍ଠିତ ହେବ। 2014 ପରଠାରୁ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୯ ବର୍ଷ ପରେ ପାକିସ୍ତାନ ଯିବେ।

ଜୟଶଙ୍କର ଏସସିଓର ସରକାରୀ ପରିଷଦ (CHG)ର ବୈଠକରେ ଅଂଶଗ୍ରହଣ କରିବେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ ଏହି ସୂଚନା ଦେଇଛନ୍ତି। 

୨୯ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବୈଠକ ପାଇଁ ନିମନ୍ତ୍ରଣ କରିଥିଲା ପାକିସ୍ତାନ। ପାକିସ୍ତାନ ବୈଦେଶିକ ବିଭାଗର ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତି ଯେ ଏହି ସଭାରେ ଭାଗ ନେବାକୁ ସମସ୍ତ ସଦସ୍ୟ ଦେଶର ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.