ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ପ୍ରଥମ ଇନିଂସରେ ଚୌକା-ଛକାର ବର୍ଷା। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୨୧୭ ରନ କରିଛି। ସାଇ ସୁଦର୍ଶନ ୮୨ ରନର ଆକର୍ଷଣୀୟ ଇନିଂସ ଖେଳିଥିବା ବେଳେ ଜୋସ୍ ବଟଲର ୩୬ ରନ ଓ ଶାହରୁଖ ଖାନ ୩୬ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ରାଜସ୍ଥାନ ସମ୍ମୁଖରେ ୨୧୮ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ତୁଷାର ଦେଶପାଣ୍ଡ ଓ ମହୀଶ ତୀକ୍ଷଣା ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଏକଦା ୧୨ ଓଭରରେ ୧୧୦ ରନ କରିଥିବା ଗୁଜରାଟ ଶେଷ ୮ ଓଭରରେ ୧୦୭ ରନ କରି ପାରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୧୪ ରନ ସ୍କୋରରେ ଅଧିନାୟକ ଶୁଭମନ ଗିଲ୍ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପର ସାଇ ସୁଦର୍ଶନ ଓ ଜୋସ୍ ବଟଲର ଇନିଂସ ସମ୍ଭାଳିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୦ ରନ ଯୋଡ଼ିଥିଲେ। ୯୪ ରନ ସ୍କୋରରେ ବଟଲର ୩୬ ରନ କରି ଆଉଟ୍ ହୋଇଥିଲେ। ଶାହରୁଖ ଖାନ ୩୬ ରନ କରିଥିଲେ। ଅନ୍ୟପଟେ ସାଇ ସୁଦର୍ଶନ୫୩ ବଲରୁ ୮ ଚୌକା ଓ ୩ ଛକା ସହ ୮୨ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ବଳରେ ଗୁଜରାଟ ୬ ଓ୍ଵିକେଟ୍ ହରାଇ ୨୧୭ ରନ କରିଛି। ରାହୁଲ ତେଓ୍ଵତିଆ ଦ୍ରୁତ ୨୪ ରନ କରିଥିଲେ। ବୋଲିଂରେ ତୁଷାର ଦେଶପାଣ୍ଡେ ୨ଟି ଓ ମହୀଶ ତୀକ୍ଷଣା ୨ଟି ଓ୍ଵିକେଟ୍ ନେଇଥିଲେ।