ପ୍ରଥମ ଭାରତୀୟ ଭାବେ ସାମସନଙ୍କ ବିଶ୍ୱ ରେକର୍ଡ: ସଚିନ, ବିରାଟ ଓ ଧୋନୀ ବି କରିପାରି ନାହାନ୍ତି

Published By : Prameya-News7 Bureau | November 08, 2024 IST

indiatoday

ଡର୍ବାନ: ଡର୍ବାନରେ ସଞ୍ଜୁ ସାମସନଙ୍କ ରେକର୍ଡ। ବିସ୍ଫୋରକ ବ୍ୟାଟିଂ କରି ହେଲେ ନମ୍ବର ୱାନ୍ ଭାରତୀୟ ବ୍ୟାଟର। ପ୍ରଥମ ଭାରତୀୟ ବ୍ୟାଟର ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଲଗାତର ଦୁଇଟି ଶତକ ହାସଲ କରି ରେକର୍ଡ କରିଛନ୍ତି ସାମସନ। ଏପରି କରିବାରେ ସେ ବିଶ୍ୱର ଚତୁର୍ଥ ଭାରତୀୟ ବ୍ୟାଟର। 

ଟି-୨୦ ଅନ୍ତର୍ଜାତୀୟର ଡେବ୍ୟୁ କରିବାର ୯ ବର୍ଷ ପରେ ସଞ୍ଜୁ ଏହି ରେକର୍ଡ କରିଛନ୍ତି। ପ୍ରଥମ ଶତକ ହାସଲ କରିବାର ୨୭ ଦିନ ପରେ ସେ ଦ୍ୱିତୀୟ ଶଥକ ହାସଲ କରିଛନ୍ତି ସାମନସନ। ଏହାପୂର୍ବରୁ ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସାମସନ ୪୭ ବଲ୍‌ରେ ୧୧୧ ରନ୍ କରିଥିଲେ। 

ଶୁକ୍ରବାର ଡର୍ବାନ୍‌ରେ ଖେଳଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ସାମସନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଅଭିଷେକ ଶର୍ମା ଆଉଟ୍ ହେବା ପରେ ସାମସନ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଏକତରଫା ଚାପ ପକାଇଥିଲେ। କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ। ଫଳରେ ଭାରତ ପ୍ରଥମ ୬ ଓଭରରେ ୫୬ ରନ୍ କରିବାରେ ସଫଳ ହୋଇଥିଲା। ପାୱାରପ୍ଲେରେ ସାମସନ୍ ମାତ୍ର ୨୦ ବଲ୍‌ରେ ୩୫ ରନ୍ ସଂଗ୍ରହ କରିଥିଲେ।

ଭାରତୀୟ ଟିମ୍‌ରେ ମୋଟ ୧୧ ଜଣ ଭାରତୀୟ ବ୍ୟାଟର ଟି-୨୦ କ୍ରିକେଟ୍‌ରେ ଶତକ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୪ଜଣ ଏକାଧିକ ଥର ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ଗ୍ରୁପ୍‌ରେ ସୂର୍ଯ୍ୟକୁମାର ଯାଦବ, ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ ରହିଛନ୍ତି। ବର୍ତ୍ତମାନ ସାମସନ ଏହି ଏଲିଟ୍ ଗ୍ରୁପ୍‌ରେ ସାମିଲ୍ ହୋଇଛନ୍ତି। ଶୁକ୍ରବାର ମ୍ୟାଚ୍‌ରେ ସାମସନ ଉଭୟ ଦ୍ରୁତ ଓ ସ୍ପିନ ବୋଲରଙ୍କ ବଲ୍‌କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। ଏଥିରେ ୭ଟି ଚୌକା ଓ ୯ଟି ଛକ୍କା ଥିଲା। 

ଟି-୨୦ ଅନ୍ତର୍ଜାତୀୟରେ ଲଗାତର ଶତକ ହାସଲ କରିଥିବା ବ୍ୟାଟର

୧ ଗୁସ୍ତାଭ ମ୍ୟାକେନ୍ – ଫ୍ରାନ୍ସ
 ୨ ରିଲେ ରୋସୋ - ଦକ୍ଷିଣ ଆଫ୍ରିକା।
୩. ଫିଲ୍ ସଲ୍ଚ – ଇଂଲଣ୍ଡ।
 ୪ ସଞ୍ଜୁ ସାମସନ୍ - ଭାରତ ।

 ଡର୍ବାନରେ ସାମସନଙ୍କ ରେକର୍ଡ

୧. ପ୍ରଥମ ଭାରତୀୟ ବ୍ୟାଟର ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତ ଟି-୨୦ ଅନ୍ତର୍ଜାତୀୟ ଶତକ।
୨.ପ୍ରଥମ ୱିକେଟ୍ କିପର-ବ୍ୟାଟର୍ ଭାବେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିବା।
 ୩. ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଚତୁର୍ଥ ଭାରତୀୟ ଭାବେ ଏକାଧିକ ଶତକ ହାସଲ କରିବା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.