ଭଦ୍ରକ ୧୦।୧୧: ମାଡପିଟ ଅଭିଯୋଗରେ ଗିରଫ ହେଲେ ସରପଞ୍ଚ । ଭଦ୍ରକ ଜିଲ୍ଲା ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚ ଗିରଫ ହୋଇଛନ୍ତି । ଗିରଫ ସରପଞ୍ଚ ହେଉଛନ୍ତି ଫରହତ ଆଲାମ । ଗ୍ରାମାଞ୍ଚଳ ପୋଲିସ ଗରିଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ନିଜ ପଞ୍ଚାୟତରେ କୌଣସି ବିବାଦକୁ ନେଇ ସେହି ଗ୍ରାମର କେତେକ ଲୋକଙ୍କ ସହ ବିବାଦ ହୋଇଥିଲା । ପରେ ସମାନ ଘଟଣାକୁ ନେଇ ସରପଞ୍ଚ ଗୋଟିଏ ପକ୍ଷକୁ ମାଡ ମାରିବା ନେଇ ଥାନାରେ ଏତଲା ହୋଇଥିଲା । ଏହି ଘଟଣା ପରେ ଅଭିଯୁକ୍ତ କୁହାଯାଉଥିବା ସରପଞ୍ଚଙ୍କୁ ଗିରଫ କରାଯାଇନଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ହିନ୍ଦୁ ସ୍ଵାଭିମାନ ମଞ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ ପାଇଁ ଚେତାବନୀ ଦିଆଯାଇଥିଲା । ଏହି ମାଡପିଟ ଘଟଣାକୁ ନେଇ ସରପଞ୍ଚଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।
You Can Read:
ବାର୍ ଗର୍ଲ ରଖିବା ପଡ଼ିଲା ମହଙ୍ଗା, ରାତି ତମାମ ଚଢ଼ାଉ ପରେ ସିଲ୍ ହେଲା ପେଣ୍ଟାଗନ୍ ବାର୍