ଜଗତସିଂହପୁର ୦୮/୧୦: ଆଜି ନବରାତ୍ର ପୂଜାର ଷଷ୍ଠ ଦିନ । ମା'ଙ୍କ ପୀଠରେ ଆରମ୍ଭ ହୋଇଛି ଷଷ୍ଠୀ ପୂଜା । ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କ ପୀଠରେ ଅନୁଷ୍ଠିତ ହେବ ।
ଏହି ଅବସରରେ ମା' ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ ମା'ଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜା ଓ ଚଣ୍ଡୀ ପାଠ ଆଦି ପୂଜା ବିଧି ପାଳନ କରାଯାଉଛି । ଏହି ସମୟରେ ମା'ଙ୍କୁ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତରରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମୁଥିବାର ଦେଖା ଯାଇଛି ।