ଦେଶର ଅନେକ ସହରରେ SBI ଖୋଲିବ ୩୦୦ ଶାଖା, ଜାଣନ୍ତୁ କ’ଣ ରହିଛି ଯୋଜନା

Published By : Prameya-News7 Bureau | August 15, 2023 IST

ନୂଆଦିଲ୍ଲୀ, ୧୫/୦୮: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (SBI) ଏହାର ଗ୍ରାହକଙ୍କ ପାଇଁ ବଡ଼ ଖୁସିଖବର ଆଣିବାକୁ ଯାଉଛି। ବ୍ୟାଙ୍କ୍‌ ଦେଶର ବିଭିନ୍ନ ସ୍ଥାନରେ ୩୦୦ ନୂଆ ବ୍ରାଞ୍ଚ ଖୋଲିବାକୁ ଯୋଜନା କରୁଛି। ରିପୋର୍ଟ ଅନୁଯାୟୀ, ଏହି ସବୁ ଶାଖା ଚଳିତ ଆର୍ଥିକ ବର୍ଷରେ ଖୋଲିବାକୁ ଯୋଜନା ରହିଛି। ତେବେ ବର୍ତ୍ତମାନ ଦେଶରେ ଏସବିଆଇର ୨୨,୪୦୫ ଏବଂ ବିଦେଶରେ ୨୩୫ ଶାଖା ରହିଛି । ନୂଆ ଶାଖା ଖୋଲିବା ପରେ  ଦେଶରେ ଏସବିଆଇର ଘରୋଇ ଶାଖା ସଂଖ୍ୟା ବଢ଼ି ୨୩ ହଜାର ହୋଇଯିବ।

ରିପୋର୍ଟ ଅନୁଯାୟୀ, ଏସବିଆଇ ଚେୟାମ୍ୟାନ୍ ଦିନେଶ ଖାରା କହିଛନ୍ତି ଯେ, ବ୍ୟାଙ୍କ୍‌କୁ ଡିଜିଟାଲ ଭାବରେ ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ।ଏହା ସହ ବ୍ୟାଙ୍କ୍‌ର ଶାଖା ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଚଳିତ ବର୍ଷ ଏସବିଆଇର ୩୦୦ରୁ ଅଧକ ନୂଆ ବ୍ରାଞ୍ଚ ଖୋଲିପାରେ । ତେବେ ସେ ଆହୁରି କହିଛନ୍ତି ‘କେଉଁ ସ୍ଥାନରେ ବ୍ରାଞ୍ଚ ଖୋଲିବା ସବୁଠୁ ଅଧିକ ଆବଶ୍ୟକତା ହସହି ଆଧାରରେ ବ୍ରାଞ୍ଚ ସ୍ଥାନିତ କରାଯିବ ।’ ସେ ଆହୁରି କହିଛନ୍ତି ଏସବିଆଇ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିଥାଏ ଏବଂ ଆମେ ଆବଶ୍ୟକ ଅନୁଯାୟୀ ସେବା ଯୋଗାଇବାକୁ ଚେଷ୍ଟା କରୁଛୁ।

ଆହୁରି ପଢ଼ନ୍ତୁ: ୨ ଦିନ ପରେ ବନ୍ଦ ହୋଇଯିବ SBIଙ୍କ ଏହି ଖାସ୍ ସ୍କିମ୍, ମିଳୁଛି ବମ୍ପର ସୁଧ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.