୨ ଦିନ ପରେ ବନ୍ଦ ହୋଇଯିବ SBIଙ୍କ ଏହି ଖାସ୍ ସ୍କିମ୍, ମିଳୁଛି ବମ୍ପର ସୁଧ

Published By : Prameya-News7 Bureau | August 13, 2023 IST

ମୁମ୍ବାଇ ୧୩।୮: ଦେଶର ସର୍ବ ବୃହତ୍ତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ଙ୍କ ସର୍ବାଧିକ ସୁଧ ଦେଉଥିବା ସ୍ପେଶାଲ ଏଫଡି ସ୍କିମ୍ ଅମୃତ କଳଶ ୨ ଦିନ ମଧ୍ୟରେ ବନ୍ଦ ହୋଇଯିବ। ଏଥିରେ ଯଦି ଆପଣ ଗ୍ୟାରେଣ୍ଟେଡ ରିଟର୍ଣ୍ଣ ପାଇବା ପାଇଁ ଆଗ୍ରହୀ, ସ୍କିମ ବନ୍ଦ ହେବା ପୂର୍ବରୁ ଏଥିରେ ନିବେଶ କରିଦେବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ଅମୃକ କଳଶ ଫିକ୍ସ ଡିପୋଜିଟ୍ ଜମା ଯୋଜନା ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଭେଲିଡ୍।

ଏସବିଆଇ ଅମୃତ କଳଶ ଯୋଜନାକୁ ୧୨ ଏପ୍ରିଲ ୨୦୨୩ରେ ଆରମ୍ଭ କରିଥିଲେ। ଏସବିଆଇଙ୍କର ଏହା ଏକ ଖାସ୍ ମିଆଦି ଜମା ଯୋଜନା। ଏହି ସ୍ୱତନ୍ତ୍ର ଯୋଜନା ଘରୋଇ ନିବେଶକଙ୍କ ସମେତ ଏନଆରଆଇ ଗ୍ରାହକଙ୍କ ନିମନ୍ତେ ମଧ୍ୟ ପ୍ରଜୁଯ୍ୟ। ଏସବିଆଇ ଅମୃତ କଳଶ ଫିକ୍ସ ଡିପୋଜିଟ୍ ସ୍କିମରେ ନିବେଶକ ୨ କୋଟିରୁ କମ୍‌ ରାଶି ୪୦୦ ଦିନରୁ କମ୍ ଅବଧି ନିମନ୍ତେ ଜମା କରିପାରିବେ। ଏହି ଏଫଡି ସ୍କିମର ନିବେଶକଙ୍କୁ ମାସିକ, ତ୍ରୈମାସିକ ଓ ୬ ମାସ ଅନ୍ତରାଳରେ ସୁଧ ପୈଠ କରାଯାଏ।

ଏସବିଆଇ ତାଙ୍କ ନିୟମିତ ଗ୍ରାହକ ଓ ବରିଷ୍ଠ ନାଗରିକଙ୍କ ନିମନ୍ତେ ଅମୃତ କଳଶ ଯୋଜନାରେ ଯଥାକ୍ରମେ ୭.୧ ଓ ୭.୬ ପ୍ରତିଶତ ସୁଧ ଦେଉଛନ୍ତି। ଏସବିଆଇ ଅମୃତ କଳଶ ଯୋଜନା ୨ କୋଟିରୁ କମ୍ ରିଟେଲ ଏଫଡି ଉପରେ ଲାଗୁ। ଏହା ନୂଆ ଯୋଜନା ଓ ରିନ୍ୟେଲ ଉପରେ ଲାଗୁ ହେବ। ଆପଣ ଆପଣଙ୍କ ବ୍ୟାଙ୍କ ବ୍ରାଞ୍ଚକୁ ଯାଇ ଅମୃତ କଳଶ ଯୋଜନାରେ ନିବେଶ କରିପାରିବେ। ଯୋଜନା ଉପରେ ଟିଡିଏସ୍ ଆୟକର  ନିୟମ ଅନୁସାରେ କଟାଯିବ। ଏହି ସ୍କିମ୍‌ରେ ଲୋନ ସୁବିଧା ମଧ୍ୟ ମିଳୁଛି। ଆପଣ ଏହି ଯୋଜନାରେ ପ୍ରିମାଚ୍ୟୋର ୱିଡ୍ରାଲ ମଧ୍ୟ କରିପାରିବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.